Categories: ଜାତୀୟ

ଅଯୋଧ୍ୟାରେ ଦୁଇଦିନ ଅଖଣ୍ଡ ରାମାୟଣ ପାଠ ସହ ଘରେ ଘରେ ଜଳିବ ଦୀପ

ଅଯୋଧ୍ୟା,୨୬।୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଲାଗି ସମସ୍ତ ପ୍ରସ୍ତୁତି ଯୋରସୋରରେ ଚାଲିଛି। ସେଠାରେ ଭୂମିପୂଜା ପାଇଁ ଅଗଷ୍ଟ ୪ରେ ସମସ୍ତ ମଠ ମନ୍ଦିରରେ ଅଖଣ୍ଡ ରାମାୟଣ ପାଠ ଓ ସଂକିର୍ତ୍ତନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଭୂମିପୂଜାରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଥିବାରୁ ସେଦିନ ମୋଦିଙ୍କ ସ୍ବାଗତ ପାଇଁ ରାବଣକୁ ବଦ୍ଧ କରିବା ପରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ପାଇଁ ଅଯୋଧ୍ୟା ନଗରୀ ଯେମିତି ସୁସଜ୍ଜିତ ହୋଇଥିଲା ଠିକ୍‌ ସେମିତି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି ସଜା ଯିବ ବୋଲି ଜଣାପଡିଛି। ସେହିପରି ଅଗଷ୍ଟ ୫ରେ ଅଯୋଧ୍ୟାର ସମସ୍ତ ଘରେ ଦୀପ ଜଳାଇ ଦୀପାବଳୀ ଭଳି ଉତ୍ସବ ଦେଖାଯିବାର ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାରେ ଏକ ବୈଠକର ଆୟୋଜନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଦୀର୍ଘ ୫ଶହ ବର୍ଷ ପରେ ଏହି ଶୁଭ ମୁହୂର୍ତ୍ତ ଆସିଛି, ତେଣୁ ଏହାକୁ ନେଇ ଯଦି କେହି ପ୍ରଶ୍ନ ଉଠାଉଛି ତେବେ ସେ ଆଡକୁ କେହି ଧ୍ୟାନ ଦିଅନ୍ତୁ ନାହିଁ।

Share