Posted inଜାତୀୟ

ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ରାମମୟ

ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଦିନେ ବାକି ଥିବାବେଳେ ସାରା ସହର ଧର୍ମୀୟ ଭାବାବେଗରେ ତଲ୍ଲୀନ ହୋଇଯାଇଛି। ଚାରିଆଡ଼ ରାମମୟ ଦେଖିବାକୁ ମିଳିଛି। ଗୁରୁବାର ରାମପଥରେ ଖୋଲିଥିବା ଏକ ନୂଆ ବ୍ୟାଙ୍କ ଶାଖାର ନାଁ ରାମଜନ୍ମଭୂମି ବ୍ରାଞ୍ଚ୍‌ ରଖାଯାଇଛି। ସେହିପରି ରାମମନ୍ଦିରକୁ ସଂଯୋଗ କରୁଥିବା ପୁନଃ ବିକଶିତ ମାର୍ଗର ନାଁ ରାମଜନ୍ମଭୂମି ପଥ ରହିଛି। ମନ୍ଦିର ନିକଟରେ ଖୋଲିଥିବା ବ୍ୟାଙ୍କ ଶାଖାକୁ ରଙ୍ଗିନ ଆଲୋକମାଳା ଚାନ୍ଦୁଆରେ ସଜାଯାଇଛି। ସାରା ସହର ପୋଷ୍ଟର ବ୍ୟାନର ଏବଂ ଓ୍ବାଲ୍‌ପେଣ୍ଟିଂରେ ଛାଇଯାଇଛି। ଅଯୋଧ୍ୟା ଧାମ ରେଳଷ୍ଟେଶନ ନିକଟରେ ଥିବା ଅନ୍ୟ ଏକ ବ୍ୟାଙ୍କରେ ବିଶାଳ ହୋର୍ଡିଂ ଲାଗିଛି, ଯେଉଁଥିରେ ‘ଅଯୋଧ୍ୟା ନଗରୀକୁ ଆପଣଙ୍କୁ ସ୍ବାଗତ’ ବୋଲି ଲେଖାଯାଇଛି। ଭିଜିଟିଂ କାର୍ଡ, ପୋଷ୍ଟର, କ୍ୟାଲେଣ୍ଡର ଏପରିକି ସିଗ୍‌ନାଲଗୁଡ଼ିକରେ ମଧ୍ୟ ଭବ୍ୟ ରାମମନ୍ଦିରର ଫଟୋ ରହିଛି। ସହରରେ ପ୍ରତ୍ୟେକ କମ୍ପାନୀ ଲଗାଇଥିବା ପୋଷ୍ଟରରେ ରାମମନ୍ଦିର ଫଟୋ ରହିଛି। ସମଗ୍ର ଅଯୋଧ୍ୟାରେ ଥିବା ସମସ୍ତ ମନ୍ଦିର, ବସ୍‌, ରାସ୍ତା ଏବଂ ମୋବାଇଲ ଫୋନ୍‌ କଲର ଟ୍ୟୁନ୍‌ରେ ‘ରାମାୟ’ ଗୀତ ବାଜୁଛି। ରାମ ଜନ୍ମଭୂମି ପଥ ନିକଟରେ ସରକାରୀ ଉଦ୍ୟୋଗ ବିଏସ୍‌ଏନ୍‌ଏଲ୍‌ ଲଗାଇଥିବା ଏକ ସ୍ବାଗତ ପୋଷ୍ଟରରେ ‘ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା’ ବୋଲି ଲେଖାଯାଇଛି। ସମସ୍ତ ଦୋକାନ ଏବଂ ହୋଟେଲ ଓ ଲଜ୍‌ର ଲବି ସ୍ଥାନରେ ରାମମନ୍ଦିର ପ୍ରତିକୃତି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri