୧୯ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ

କେନ୍ଦୁଝର,୨୧ା୧( ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାରେ ୧୯ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଉକ୍ତ ଗ୍ରାମକୁ ଯାତାୟାତ ସଂଯୋଗ ପାଇଁ ୬୧ କି.ମି ରାସ୍ତାର ଆବଶ୍ୟକତା ଥିବା ନେଇ ୨୦୨୦ ଜାନୁୟାରୀ ୨୪ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ୫୯୧୩ ଜଣ ଲୋକ ଉପକୃତ ହେବେ ବୋଲି ସୂଚନା ଦିଆଯାଇଥିଲା। ତେବେ କେତେ ରାସ୍ତା ଇତି ମଧ୍ୟରେ ହୋଇଛି ତାହାର ଠିକ୍‌ ସୂଚନା ମିଳୁ ନ ଥିଲେ ହେଁ ରାସ୍ତାକୁ ନେଇ ଅନେକ ସମୟରେ ଗ୍ରାମବାସୀ ଦାବି କରିବା ଏବଂ ରାସ୍ତା ନ ଥିବାରୁ ଖଟ, ଚେୟାର ବା ଭାରରେ ବୋହି ରୋଗୀଙ୍କୁ ନେବା ଆଣିବା ଖବର ଅନେକ ଗ୍ରାମକୁ ଅଦ୍ୟାବଧି ସବୁଦିନିଆ ରାସ୍ତା ନ ଥିବା ପ୍ରମାଣିତ କରୁଛି। ବାସ୍ତବରେ ଏହି ସଂଖ୍ୟା ଅଧିକ ବୋଲି ବେସରକାରୀ ଭାବରେ ମଧ୍ୟ କୁହାଯାଉଛି।
ଯେ, ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ୩ ବର୍ଷ ଉପରେ ବିତିବାକୁ ବସିଲାଣି। ଏତେ ବର୍ଷ ପରେ ବି ଉଦାହରଣ ଭାବେ ତେଲକୋଇ ବ୍ଲକ୍‌ ଗୋଡ଼ିନର୍ଦ୍ଦା ଭଳି ଅନେକ ଦୁର୍ଗମ ଗ୍ରାମକୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଫଳରେ ଗ୍ରାମବାସୀ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ପ୍ରତିବାଦ ଜଣାଇ ରାସ୍ତା ଦାବି କରି ଆନ୍ଦୋଳନ କରୁଛନ୍ତି। ଅନ୍ୟପକ୍ଷେ ୨୦୧୮-୨୦୨୩ ଆର୍ଥିକ ବର୍ଷରେ ଜିଲା ପ୍ରଶାସନର ଅନୁମୋଦନରେ ତେଲକୋଇ ବ୍ଲକ୍‌ରେ ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ ବାବଦକୁ ବହୁ ଅର୍ଥ ଖର୍ଚ୍ଚ ହୋଇଛି। ମାତ୍ର ଉକ୍ତ ରାସ୍ତା ଖାତାଖତିଆନରେ ହିଁ ନିର୍ମାଣ ହୋଇ ୪୫ ଲକ୍ଷ ଟଙ୍କା ହଡ଼ପ, ଗୋଟିଏ ରାସ୍ତାକୁ ଦୁଇ ଥର ଅନୁଦାନ ପ୍ରଦାନ ଭଳି ଅଭିଯୋଗ ହୋଇଆସୁଛି। ଫଳରେ ଲୋକମାନଙ୍କୁ ସବୁଦିନିଆ ରାସ୍ତା ପାଇଁ ପେଟପାଟଣା ଓ ଜୀବିକା ଛାଡ଼ି ଆନ୍ଦୋଳନ କରିବାକୁ ପଡୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଜିଲାପାଳ ଆଶିଷ ଠାକ୍‌ରେ ମିଡିଆ ଆଗରେ କହିଛନ୍ତି, ଜିଲାରେ କିଛି ରାସ୍ତା କାମର ପ୍ରଶାସନିକ ସ୍ତରରେ ଅନୁମୋଦନ କରାଯାଇଛି। ତେବେ ରାସ୍ତା ନ ଥିବା ଗ୍ରାମକୁ ସବୁଦିନିଆ ରାସ୍ତା ଦେବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।
ସୂଚନାଯୋଗ୍ୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏଙ୍କୁ ରାସ୍ତା ନ ଥିବା ଗ୍ରାମ ବା ଜନବସତି(ପଡା)କୁ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଚିଠି (ନଂ. ୨୨୯୫/ ୪ ଅଗଷ୍ଟ ୨୦୨୦) କହିଥିଲେ। ତା, ପୂର୍ବରୁ ଉକ୍ତ ବିଭାଗ ଅଣ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରାମ ବା ପଡ଼ାଗୁଡ଼ିକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଚିଠି (ସଂଖ୍ୟା ୪୮୯୩/୬ ମାର୍ଚ୍ଚ ୨୦୧୯)କରିଥିଲେ। ସେହିପରି ଶହେରୁ ଅଧିକ ଲୋକ ରହୁଥିବା ଜନବସତି ବା ଗ୍ରାମକୁ ରାସ୍ତା ନିର୍ମାଣ ନେଇ ଜିଲାପାଳ, ପିଡିଙ୍କୁ ଚିଠି (ନଂ. ୬୦୪୭/୭ ମାର୍ଚ୍ଚ ୨୦୨୦)କରିଥିଲେ। ସମସ୍ତ ଚିଠିକୁ ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ରାସ୍ତା ନିର୍ମାଣ ହୋଇ ନ ପାରିବା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ବୋଲି ପୂର୍ବତନ ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। କେନ୍ଦୁଝର ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଷ୍ନୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ବିଶେଷ କରି ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ଏଭଳି ରାସ୍ତା ସମସ୍ୟା ରହିଛି। ପୂର୍ବରୁ ଚିହ୍ନଟ ହୋଇଥିବା ରାସ୍ତା ସରିଛି କି ନାହିଁ ଓ ଦୁର୍ନୀତି ସମ୍ପର୍କରେ ତାଲିକା ଦେଖିଲେ ଜଣାପଡ଼ିବ। ଏହା ଛଡା ଆଉ କିଛି ରାସ୍ତା ମିଶାଇ ପାଖାପାଖି ୫୦ ଟି ରାସ୍ତା କାମ ସବୁଦିନିଆ ବ୍ୟବହାର କରିବାକୁ ପଦକ୍ଷେପ ନିଆଯାଇଛି। କେତେକ କାମର ଅଟକଳ ସରିଛି ଏବଂ ଟେଣ୍ଡର ଆହ୍ବାନ କରାଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?