Categories: ଜାତୀୟ

ସାମ୍ନାକୁ ଆସିଲା ଭୂମି ପୂଜନର ନିମନ୍ତ୍ରଣ କାର୍ଡ

ଆଯୋଧ୍ୟା,୩।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଆରମ୍ଭ ହୋଇଛି। ୩ଦିନ ଧରି ହେବାକୁ ଥିବା ଏହି ଭୂମିି ପୂଜନ ସୋମବାରଠାରୁ ବୈଦିକ ରୀତିନୀତିରେ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ଅତିଥିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭମୁହୂର୍ତ୍ତ ୧୨ଟା ୧୫ମିନିଟ୍‌ରେ ମନ୍ଦିରର ଶିଳାନ୍ୟାସ ରଖିବେ। ତେବେ ଭୂମି ପୂଜନ କାର୍ଯ୍ୟକ୍ରମର ୨ଦିନ ପୂର୍ବରୁ ନିର୍ମନ୍ତ୍ରଣ କାର୍ଡକୁ ସାର୍ବଜନୀନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଉ ୩ଜଣଙ୍କ ନାଁ ରହିଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଡରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ରହିଛି। ଏଥିସହ ଉକ୍ତ କାର୍ଡରେ ରାମଲଲାଙ୍କ ଫଟୋ ମଧ୍ୟ ରହିଛି। ଏହି କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share