Categories: ଜାତୀୟ

ଅଯୋଧ୍ୟା ମସ୍‌ଜିଦ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତ ହେବେ ନାହିଁ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦ ଲାଗି ଗଠିତ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତି ଦେବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ମସ୍‌ଜିଦ ନିର୍ମାଣ ଲାଗି ‘ଇଣ୍ଡୋ ଇସ୍‌ଲାମିକ କଲଚରାଲ ଫାଉଣ୍ଡେଶନ’ଗଠନ କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ମନୋନୀତ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା। ଗତବର୍ଷ ନଭେମ୍ବରରେ ସର୍ବୋଚ୍ଚ ଅଦାଲତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ସମାଧାନ କରି ବିବାଦୀୟ ସ୍ଥଳରେ ରାମ ମନ୍ଦିର ଓ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ମସ୍‌ଜିଦ ନିର୍ମାଣ ଲାଗି ସରକାର ୫ ଏକର ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Share