Posted inଜାତୀୟ

ଏକକାଳୀନ ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା, ହେଲା ବିଶ୍ୱରେକର୍ଡ…

ଲକ୍ଷ୍ନୌ,୧୧।୧୧: ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଶନିବାର ଦୀପାବଳି ଉପଲକ୍ଷେ ଏଠାରେ ଏକକାଳୀନ ଦୀପ ଜଳାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ତେବେ ଏହି ଅବସରରେ ଅନେକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳୁ କଳାକାରମାନେ ଲୋକନୃତ୍ୟ କରି ଲୋକମାନଙ୍କୁ ଆକର୍ଷିତ କରିଥିଲେ। ଏପରିକି ସାଉଣ୍ଡ ଏବଂ ଲେଜର ଶୋ’ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଲୋକ ଆସିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟାରେ ପହଞ୍ଚି ଲୋକଙ୍କୁ ଦୀପାବଳି ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ।

ଅଯୋଧ୍ୟା ଭଗବାନ ଶ୍ରୀରାମଙ୍କ ଅତି ପ୍ରିୟ ନଗର ଥିଲା। ଏବେ ସରକାର ତାକୁ ହିଁ ବିକଶିତ କରିବେ। ୫୦୦ ବର୍ଷ ପରେ ରାମଙ୍କ ମନ୍ଦିର ସ୍ଥାପନ ହେବାକୁ ଯାଉଛି। ଏହାପରେ ଭକ୍ତଙ୍କ ସଂଖା ବୃଦ୍ଧି ପାଇବ। ଏଣୁ ଅଯୋଧ୍ୟାବାସୀ ହୃଦୟ ଖୋଲି ସେମାନଙ୍କ ସ୍ବାଗତ କରନ୍ତୁ। ଆତିଥ୍ୟ ଦେଇ ସେମାନଙ୍କ ମନ ଜିଣନ୍ତୁ। ଗତ ୬ ବର୍ଷ ହେଲାଣି ଅଯୋଧ୍ୟରେ ଦୀପାବଳିରେ ରେକର୍ଡ ହେଉଛି। ଚଳିତ ବର୍ଷ ଅଯୋଧ୍ୟା ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ପୂରା ସହର ରାମ ମୟ ହୋଇଚି ବୋଲି କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା? ସାଟେଲାଇଟରୁ ଆସିଲା ସାଂଘାତିକ ଫଟୋ…

ବେଜିଂ,୧୩।୩: ଚାଇନା ଏବେ ଏସିଆରେ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହି ସୂଚନା ପୂର୍ୱ ଚୀନ ସାଗରର ଏକ ସାଟେଲାଇଟ ଚିତ୍ରରୁ ଆସିଛି। ଏହି…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

ଦଣ୍ଡଯାତ୍ରାରୁ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ପ୍ରତାରଣା କରି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୧୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

ଇରାନ ବିରୋଧରେ ପାକିସ୍ତାନ? ସାଉଦି ଆରବକୁ ପୂର୍ଣ୍ଣ ସମର୍ଥନ ଦେଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିବାକୁ ପହଞ୍ଚିଲେ ଶେହବାଜ ସରିଫ

ରିୟାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଜେଦ୍ଦାରେ ହୋଇଥିଲା। ଆଲୋଚନା…

ନୂଆ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ନାକେଦମ ହୋଇପଡୁଛନ୍ତି ଗ୍ରାହକ, ଜିଲାପାଳଙ୍କୁ ଭେଟି କଂଗ୍ରେସ କହିଲା…

ଛତ୍ରପୁର,୧୩ା୩(ଦିଲ୍ଲୀପ ସାମଲ): ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍‌କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ…

ମହଙ୍ଗା ହୋଇଯିବ ଇଲେକ୍ଟ୍ରୋନିକ୍‌ ଜିନିଷ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ କେବଳ ତେଲ ଏବଂ ଗ୍ୟାସ ମୂଲ୍ୟକୁ ପ୍ରଭାବିତ କରିବ ତାହା ନୁହେଁ। ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ ବୋଲି ଆଶା…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri