Posted inଜାତୀୟ

ଅଯୋଧ୍ୟା ହିଁ ରାମଙ୍କ ଜନ୍ମସ୍ଥାନ

ନୂଆଦିଲ୍ଲୀ,୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଭଗବାନ ରାମ ଜଣେ ନେପାଳୀ ଓ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ନେପାଳରେ ରହିଛି ବୋଲି କହିବା ପରେ ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମଠ ମହନ୍ତ, ସାଧୁସନ୍ଥମାନେ ଏହାକୁ ବିରୋଧ କରିଛନ୍ତି। ଅଖିଳ ଭାରତୀୟ ଆଖଡ଼ା ପରିଷଦ (ଏବିଏପି)ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରି ନେପାଳ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିରାଧାର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଭାରତର ଉତ୍ତରପ୍ରଦେଶରେ ଥିବା ଅଯୋଧ୍ୟା ହିଁ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି ସେ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ କେହି ଦ୍ୱନ୍ଦ୍ୱ ସୃଷ୍ଟି ନ କରିବା ଲାଗି ସେ ସତର୍କ କରାଇଛନ୍ତି।
‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ର ଅଧ୍ୟକ୍ଷ ମହନ୍ତ ନ୍ରିତ୍ୟଗୋପାଳ ଦାସ ଭଗବାନ ରାମ ହେଉଛନ୍ତି ‘ଚକ୍ରବର୍ତ୍ତୀ’ ଶାସକ। ନେପାଳ ଭଳି ଅନେକ ଦେଶ ତାଙ୍କ ଆଶ୍ରିତ ଥିଲେ। ନେପାଳ ସହ ଅଯୋଧ୍ୟାର ସମ୍ପର୍କ ତ୍ରେତୟା ଯୁଗରୁ ରହିଆସିଛି। ହଜାର ହଜାର ବର୍ଷରୁ ପ୍ରଥାମାନ ଚାଲିଆସୁଛି। ପୁରାଣ ତଥା ସନାତନ ଧର୍ମ ପ୍ରଥା ସମ୍ପର୍କରେ କିଛି କହିବା ଠିକ୍‌ ନୁହେଁ। ରାମଙ୍କ ଭକ୍ତମାନେ ଏହାକୁ ବରଦାସ୍ତ କରିପାରିବେ ନାହିଁ। ନେପାଳ ପ୍ରଧାନମନ୍ତ୍ରୀ ଏଭଳି କହିବା ଦୁର୍ଭାଗ୍ୟଜନକ ବୋଲି ସେ ପ୍ରକାଶ କରିଛନ୍ତି।
ଅଯୋଧ୍ୟାସ୍ଥିତ ହନୁମାନ ଗଡ଼ି ମନ୍ଦିରର ମହନ୍ତ ରାଜୁ ଦାସ ମଧ୍ୟ ଓଲିଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସରୟୁ ନିତ୍ୟ ଆରତୀ ମହନ୍ତ ଶଶିକାନ୍ତ ଦାସ ଓଲିଙ୍କ ଏଭଳି ମିଥ୍ୟା ପ୍ରଚାରକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲାଗି ଏକ ପତ୍ର ଲେଖିବି ବୋଲି କହିଛନ୍ତି। ଭିଏଚ୍‌ପି ଆଞ୍ଚଳିକ ସମ୍ପାଦକ ଅମ୍ବରିଶ କୁମାର ଧାର୍ମିକ ଶିଳାଲିପିରେ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଲେଖାଥିବା କହିଛନ୍ତି। କୋଟି କୋଟି ହିନ୍ଦୁ ମଧ୍ୟ ଏହାକୁ ବିଶ୍ୱାସ କରିଆସିଛନ୍ତି। ଓଲିଙ୍କ ମାନସିକ ସ୍ଥିତି ଭଲନାହିଁ। ସେ ଯାହାମାନେ ତାହା କହି ବିବାଦ ସୃଷ୍ଟି କରି ଚାଇନାକୁ ଖୁସି କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏଭଳି ପ୍ରସଙ୍ଗକୁ ନେଇ ମର୍ଯ୍ୟାଦାହାନି ହେଲାଭଳି ମନ୍ତବ୍ୟ ନ ଦେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri