Posted inଖେଳ

ବିଶ୍ୱ କ୍ରିକେଟରେ ଚାଲିବ ଜୟ ଶାହାଙ୍କ ଦବ୍‌ଦବା? ଖୁବ୍‌ଶୀଘ୍ର ବିସିସିଆଇ ସଚିବଙ୍କୁ ମିଳିପାରେ ବଡ଼ ପଦବୀ

ନୂଆଦିଲ୍ଲୀ,୩୦।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ସର୍ବୋଚ୍ଚ ପଦରେ ପୁଣିଥରେ ଏକ ଭାରତୀୟଙ୍କୁ ଦେଖାଯାଇପାରେ। ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଚିବ ଜୟ ଶାହା ଚଳିତ ବର୍ଷ ଶେଷ ସୁଦ୍ଧା ଆଇସିସି ଅଧ୍ୟକ୍ଷଙ୍କ ଦାୟିତ୍ୱ ତୁଲାଇପାରନ୍ତି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏନେଇ ଚିତ୍ର ସ୍ପଷ୍ଟ ହୋଇପାରେ। କାରଣ ଏସୀୟ କ୍ରିକେଟ ପରିଷଦ(ଏସିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ପରିଷଦ ସଭାପତି ଜୟ ଶାହାଙ୍କ କାର୍ଯ୍ୟକାଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଇଣ୍ଡୋନେସିଆର ପ୍ରସିଦ୍ଧ ବାଲି ସହରରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

କ୍ରିକବଜ ରିପୋର୍ଟ ଅନୁଯାୟୀ, ୩୧ ଜାନୁଆରୀ ଏବଂ ୧ ଫେବୃଆରୀ ବୁଧବାର ଇଣ୍ଡୋନେସିଆରେ ଏସିସିର ବାର୍ଷିକ ସାଧାରଣ ସଭା (ଏଜିଏମ୍‌) ଅନୁଷ୍ଠିତ ହେବ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବ। ଯଦିଓ ଏସିସିର ନୂତନ ଅଧ୍ୟକ୍ଷଙ୍କ ଉପରେ ଆଲୋଚନା ଏହି ବୈଠକର ଅଫିସିଆଲ ଏଜେଣ୍ଡା ନୁହେଁ, କିନ୍ତୁ ଏହା ଉପରେ ଆଲୋଚନା କରାଯାଇପାରେ। ଯାହା ଚଳିତ ବର୍ଷ ଶେଷରେ ହେବାକୁ ଥିବା ଆଇସିସି ନିର୍ବାଚନକୁ ନେଇ ସ୍ଥିତିକୁ ସ୍ପଷ୍ଟ କରିପାରେ।

ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ନଭେମ୍ବରରେ ଆଇସିସି ଅଧ୍ୟକ୍ଷଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବିସିସିଆଇ ସଚିବ ଜୟ ଶାହା ଏଥିରେ ଦାବି କରିପାରିବେ। ବର୍ତ୍ତମାନ ଯଦି ଜୟ ଶାହା ଏହି ଭୂମିକା ପାଇଁ ନିଜର ଦାବି ଉପସ୍ଥାପନ କରନ୍ତି, ତା’ହେଲେ ତାଙ୍କର ଚୟନ ପ୍ରାୟ ନିଶ୍ଚିତ ହେବ କାରଣ ବିଶ୍ୱ କ୍ରିକେଟରେ ବିସିସିଆଇର ପ୍ରାଧାନ୍ୟ ହେତୁ କେହି ତାଙ୍କ ବିପକ୍ଷରେ ଛିଡ଼ା ହେବେ ବୋଲି ଆଶା ନାହିଁ। ଏହା ପୂର୍ବରୁ ବିସିସିଆଇରୁ ଆସିଥିବା ଆଇସିସିର ପୂର୍ବତନ ଅଧ୍ୟକ୍ଷ ଥିଲେ ଶଶାଙ୍କ ମନୋହର। ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ଶଶାଙ୍କ ମନୋହର ଅଧ୍ୟକ୍ଷ ଥିଲେ, ଏହା ପରେ ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲି ଏହି ପଦ ଗ୍ରହଣ କରିଥିଲେ।

ତେବେ ଏସବୁ କଥା ଜୟ ଶାହା ଏସିସି ଅଧ୍ୟକ୍ଷ ଭାବରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବେ କି ନାହିଁ ତାହା ଉପରେ ନିର୍ଭର କରିବ। ଜୟ ଶାହା କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସିସିର ଅଧ୍ୟକ୍ଷ ହୋଇଛନ୍ତି ଏବଂ ଏହା ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ। ଜୟ ଶାହା ୨୦୧୯ରେ ବିସିସିଆଇର ସଚିବ ହୋଇଥିଲେ ଏବଂ ସେହି ଦିନଠାରୁ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri