ଆକ୍ସିସ ସ୍ପର୍ଶ ସପ୍ତାହ ଉଦ୍‌ଯାପିତ

ନୂଆଦିଲ୍ଲୀ,୧୨।୮: ଆକ୍ସିସ ବ୍ୟାଙ୍କର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଗ୍ରାହକ କୈନ୍ଦ୍ରୀକ ଅଭିଯାନ ‘ସ୍ପର୍ଶ ସପ୍ତାହ ୨୦୨୪’ ନିକଟରେ ଉଦ୍‌ଯାପିତ ହୋଇଯାଇଛି। ଏପରି କି ଏହି ସପ୍ତାହ ମଧ୍ୟରେ ବ୍ୟାଙ୍କର କର୍ମଚାରୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗ୍ରାହକ କୈନ୍ଦ୍ରୀକ ଅଭିଯାନ ଆୟୋଜନ କରିଥିଲେ। ଗ୍ରାହକଙ୍କୁ ଉଲ୍ଲସିତ କରିବା ଲାଗି ବ୍ୟାଙ୍କର ରହିଥିବା ପ୍ରତିଶ୍ରୁତିକୁ ଏହି ଅଭିଯାନ ସୁଦୃଢ଼ କରିଥିଲା।
ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ଗ୍ରୁପ ଏକ୍‌ଜିକ୍ୟୁଟିଭ ବିଜୟ ମୁଲବାଗଲ କହିଛନ୍ତି, ସ୍ପର୍ଶ ୨.୦ ରେ ଗ୍ରାହକମାନଙ୍କୁ ଶୁଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍ବତନ୍ତ୍ର ବିଷୟ ଉପରେ ଧ୍ୟାନ ଦିଆଯାଉଛି, ଯାହା ଗ୍ରାହକଙ୍କୁ ଉଲ୍ଲସିତ କରି ସେମାନଙ୍କୁ ବ୍ୟାଙ୍କର ୧୦/୧୦ ପ୍ରମୋଟରରେ ପରିଣତ କରୁଛି। ସ୍ପର୍ଶ ସପ୍ତାହରେ ଉଭୟ ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ଏହି ମୂଲ୍ୟବୋଧ ଉପରେ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସପ୍ତାହରେ ଗ୍ରାହକମାନଙ୍କ ଲାଗି ସ୍ବତନ୍ତ୍ର ଅଫର ମଧ୍ୟ ରହିଛି।
ଉଲ୍ଲେଖଯୋଗ୍ୟ, ସ୍ପର୍ଶ ସପ୍ତାହ ୨୦୨୪ରେ ବ୍ୟାଙ୍କ ପକ୍ଷରୁ ମାଷ୍ଟରକ୍ଲାସ, ଫାୟାରସାଇଡ ଚାଟ୍‌, ଗ୍ରାହକ ଓ ଲିଡରଶିପ କନେକ୍ଟ ଏବଂ ପ୍ୟାନେଲ ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଥିରେ ବକ୍ତାମାନେ କର୍ମଚାରୀମାନଙ୍କ ସହ ସେମାନଙ୍କ ସମ୍ପର୍କ ଓ ଅନୁଭୂତିକୁ ବଖାଣିଥିଲେ। ଏହି ଅଭିଯାନ ବ୍ୟାଙ୍କର ୫୫୦୦ ଶାଖା ମାଧ୍ୟମରେ ସ୍ବତନ୍ତ୍ର ଅଫର ପ୍ରଦାନ କରିଥିଲା। ସେହି ଅଫର ଜରିଆରେ ଗ୍ରାହକମାନେ ୨୪୯୯ଟଙ୍କାର ବାର୍ଷିକ ପ୍ରିମିୟମରେ ୩୦ଲକ୍ଷ ଟଙ୍କାର ପରିବାର ସ୍ବାସ୍ଥ୍ୟ ବୀମା ପାଇପାରିବେ। ମାଗଣାରେ ଆକ୍ସିସ ଡାଇରେକ୍ଟ ଆକାଉଣ୍ଟର ଲାଭ ନେଇପାରିବେ। ଗାଡ଼ି ଋଣ ଉପରେ ୧୦୦% ପର୍ଯ୍ୟନ୍ତ ଅନ୍‌ରୋଡ ଫାଇନାନ୍ସ ସୁବିଧା ମିଳିବ ଓ ସୁଧ ହାର ୦.୫୦% କମ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri