ଆକ୍ସିସ୍‌ ଗ୍ରୁପ୍‌ର ‘ଅବସରକାଳୀନ ବ୍ୟବସାୟ’

ନୂଆଦିଲ୍ଲୀ,୨୨।୧୨: ଜାତୀୟ ପେନ୍‌ସନ ସ୍କିମ୍‌ (ଏନ୍‌ପିଏସ୍‌) ଅଧୀନରେ ପାଣ୍ଠି ପରିଚାଳନା କରିବା ଲାଗି ପେନ୍‌ସନ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ପେନ୍‌ସନ ଫଣ୍ଡ୍‌ ମ୍ୟାନେଜର ଭାବେ ଆକ୍ସିସ୍‌ ପେନ୍‌ସନ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଲିମିଟେଡ୍‌ (ଆକ୍ସିସ୍‌ ପିଏଫ୍‌ଏମ୍‌)କୁ ନିଯୁକ୍ତ କରାଯାଇଛି। ଏହା ହେଉଛି ଆକ୍ସିସ୍‌ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀର ଏକ ସହାୟକ ଏବଂ ଆକ୍ସିସ୍‌ ବ୍ୟାଙ୍କ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା।

ଆକ୍ସିସ୍‌ ପିଏଫ୍‌ଏମ୍‌ ପକ୍ଷରୁ ୨୦୨୨ ସେପ୍ଟେମ୍ବର ୨୦ରେ ବ୍ୟବସାୟ ଶୁଭାରମ୍ଭ କରିବା ଲାଗି ପିଏଫ୍‌ଆର୍‌ଡିଏରୁ ସାର୍ଟିଫିକେଟ୍‌ ଗ୍ରହଣ କରାଯାଇଥିଲା ଏବଂ ୨୦୨୨ ଅକ୍ଟୋବର ୨୧ ପରଠାରୁ କମ୍ପାନୀ ଏହାର କାରବାର ଆରମ୍ଭ କରିଛି। ଏହାର ଶୁଭାରମ୍ଭ ସହ ଆକ୍ସିସ୍‌ ଗ୍ରୁପ୍‌ ନାଗରିକମାନଙ୍କୁ ଏକ ସମ୍ପୂର୍ଣ୍ଣ ଅବସରକାଳୀନ ସମାଧାନ ପ୍ରଦାନ କରିବ। ସମସ୍ତ ନାଗରିକ, କର୍ପୋରେଟ୍‌ କ୍ଷେତ୍ର ଏବଂ ସରକାରୀ କ୍ଷେତ୍ର ଲାଗି ଏହା ପେନ୍‌ସନ ପାଣ୍ଠିର ପରିଚାଳନା କରିବ। ଏନ୍‌ପିଏସ୍‌ ଜରିଆରେ ଅବସରକାଳୀନ ପାଣ୍ଠି ଗଠନ କରିବା ଲାଗି ପ୍ରତି ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ନିବେଶକମାନଙ୍କ ଲାଗି ବିପଦ ପରିଚାଳନା ହୋଇପାରୁଥିବା ଏବଂ ଦୀର୍ଘମିଆଦୀ ଭିତ୍ତିରେ ସର୍ବାଧିକ ରିଟର୍ନ ଆଣିବା ଉପରେ କମ୍ପାନୀ ଗୁରୁତ୍ୱ ପ୍ରଦାନ କରିବ।

ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି, ଆକ୍ସିସ୍‌ ପେନ୍‌ସନ ଫଣ୍ଡ୍‌ର ଶୁଭାରମ୍ଭ ସହ ଆମେ ଅବସରକାଳୀନ ସମାଧାନ କ୍ଷେତ୍ରରେ ଆମ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛୁ। ସେହିଭଳି ଆକ୍ସିସ୍‌ ପେନ୍‌ସନ ଫଣ୍ଡ୍‌ର ଏମ୍‌ଡି ଓ ସିଇଓ ସୁମିତ ଶୁକ୍ଳା କହିଛନ୍ତି, ଆମ ଲକ୍ଷ୍ୟ ଅନ୍ତର୍ଦୃଷ୍ଟି,ସଶକ୍ତ କର୍ମଚାରୀ ଏବଂ ପ୍ରଯୁକ୍ତିର ବ୍ୟବହାର ଜରିଆରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ସବୁଠୁ ପସନ୍ଦର ଅବସରକାଳୀନ ସମାଧାନ ପ୍ରଦାନକାରୀ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?