Categories: ବାଣିଜ୍ୟ

ଓଡ଼ିଶା ଗ୍ରାମାଞ୍ଚଳରେ ଆକ୍ସିସ୍‌ ବ୍ୟାଙ୍କର ଅଗ୍ରଗତି

ଭୁବନେଶ୍ୱର,୩୧।୧(ଅନୁରାଧା ମହାରଣା): ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍‌ ବ୍ୟାଙ୍କ ଭାରତ ବ୍ୟାଙ୍କିଙ୍ଗ୍‌ ବ୍ୟବସାୟ ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳ(ରୁସୁ) ଅଞ୍ଚଳରେ ଅଗ୍ରଗତି କରୁଛି। ସମଗ୍ର ଓଡ଼ିଶାରେ ବ୍ୟାଙ୍କର ୨୧୦ଟି ଶାଖା ରହିଥିବାବେଳେ ଏହାର ୭୦ ପ୍ରତିଶତ ଶାଖା ରୁସୁ ଅଞ୍ଚଳରେ ରହିଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଦାନ ପାଇଁ ବ୍ୟାଙ୍କ ୩୦୦୦ରୁ ଅଧିକ ଜନସେବା କେନ୍ଦ୍ର (ସିଏସ୍‌ସି) ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍‌ଇ)ଙ୍କୁ ନିୟୋଜିତ କରିଛି। ଗତ ୯ ମାସରେ ଏହାର ଗୋଲ୍ଡ ଲୋନ୍‌ ବୁକ୍‌ ମଧ୍ୟ ୩୫%ରୁ ଅଧିକ ବୃଦ୍ଧି ଘଟିଛି। ଏହି ଅବସରରେ ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ତଥା ଭାରତ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ମୁନିସ ଶାରଦା କହିଛନ୍ତି, ଆକ୍ସିସ୍‌ ବ୍ୟାଙ୍କ ବିଭିନ୍ନ ଉତ୍ପାଦ ଓ ସେବା ମାଧ୍ୟମରେ ରାଜ୍ୟରେ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ), ଉଦୀୟମାନ କର୍ପୋରେଟ୍‌, ବାଣିଜି୍ୟକ କୃଷି, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ସ୍ବାସ୍ଥ୍ୟସେବା ଫାଇନାନ୍ସ ଆଦିର ବିବିଧ ଆବଶ୍ୟକତା ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚାଇଛନ୍ତି। ବ୍ୟାଙ୍କ ଜଏଣ୍ଟ୍‌ ଲାଏବିଲିଟି ଗ୍ରୁପ୍‌ (ଜେଏଲ୍‌ଜି) ଗ୍ରାହକଙ୍କ ପାଇଁ ବ୍ୟକ୍ତିଗତ ମିଆଦୀ ଋଣ ଉତ୍ପାଦ, କୃଷକମାନଙ୍କ ପାଇଁ ଅଳ୍ପ ମୂଲ୍ୟର ମିଆଦୀ ଋଣ, ଟ୍ରାକ୍ଟର ରିଫାଇନାନ୍ସ ଆଦି ସେବା ଆରମ୍ଭ କରିଛି। ଏହା ସହ ମେଡିକାଲ ଉପକରଣ, ସୌର ଉପକରଣ, କୃଷି ବାଣିଜି୍ୟକ ଯାନ, ସିଜିଟିଏସ୍‌ଏମ୍‌ଇ ହାଇବ୍ରିଡ୍‌, ଇପିସି କମୋଡିଟି ଏବଂ ପ୍ଲେଜ୍‌ ମେଟାଲ ରହିଛି।

Share