ଆଇଟିସି ସହ ଆକ୍ସିସ୍‌ ବ୍ୟାଙ୍କର ସହବନ୍ଧନ

ନୂଆଦିଲ୍ଲୀ,୧୧ା୩: ଆକ୍ସିସ୍‌ ବ୍ୟାଙ୍କ ଏବଂ ଆଇଟିସି ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଯୋଗିତା ସ୍ଥାପନ ହୋଇଥିବା ଜଣାପଡ଼ିଛି। ଏପରିକି ଦେଶର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଚାଷୀଙ୍କ ପାଖରେ ଠିକ୍‌ ଭାବେ ବ୍ୟାଙ୍କ ସେବା ପହଞ୍ଚି ପାରୁନାହିଁ କିମ୍ବା ଆଦୌ ପହଞ୍ଚି ନାହିଁ। ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଆକ୍ସିସ୍‌ ବ୍ୟାଙ୍କକୁ ଏହି ସହଯୋଗିତା ସକ୍ଷମ କରିବ। ସେହିଭଳି ଚାଷୀମାନଙ୍କ ପାଖରେ ପହଞ୍ଚିବା ଓ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଆକ୍ସିସ୍‌ ବ୍ୟାଙ୍କ ଏଗ୍ରି-ଟେକ୍‌ ଆପ୍ଲିକେସନ ଆଇଟିସି ମେଟା ମାର୍କେଟ ଫର୍‌ ଆଡଭାନ୍ସଡ୍‌ ଏଗ୍ରିକଲ୍‌ଚରାଲ ରୁରାଲ୍‌ ସର୍ଭିସେସ୍‌ (ଆଇଟିସି ଏମ୍‌ଏଏଆର୍‌ଏସ୍‌)କୁ ବ୍ୟବହାର କରିବ। ଭାରତର ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ୬୫୬ ଜିଲାରେ ଥିବା ଶାଖା ଜରିଆରେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କୁ ଉତ୍ପାଦ ଓ ସେବା ପ୍ରଦାନ କରାଯିବ। ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ଓ ହେଡ୍‌-ଭାରତ ବ୍ୟାଙ୍କିଙ୍ଗ୍‌ ମୁନୀସ ଶାରଦା କହିଛନ୍ତି, ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ରହୁଥିବା ସବୁ ବର୍ଗର ଗ୍ରାହକଙ୍କ ପାଖରେ ଯେଭଳି ସହଜରେ ଋଣ ସୁବିଧା ଓ ବ୍ୟାଙ୍କିଙ୍ଗ୍‌ ସମାଧାନ ପହଞ୍ଚି ପାରିବ ତାହା ନିଶ୍ଚିତ କରିବା ଲାଗି ଆମେ ଆକ୍ସିସ୍‌ ବ୍ୟାଙ୍କରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛୁ। ଦୁର୍ଗମ ଅଞ୍ଚଳରେ ପହଞ୍ଚି ଓ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ଆମର ରହିଥିବା ଭାରତ ବ୍ୟାଙ୍କିଙ୍ଗ୍‌ ମିଶନ ଅନୁସାରେ ଏହି ସହଯୋଗିତା ସ୍ଥାପନ କରାଯାଇଛି। ନିୟୁତାଧିକ ଗ୍ରାହକଙ୍କ ସହ ଆଇଟିସି ଏମ୍‌ଏଏଆର୍‌ଏସ୍‌ ଦୃଢ଼ ସମ୍ପର୍କକୁ ନେଇ ଆମର ବିଶ୍ୱାସ ରହିଛି ଯେ ଆମେ ଏହି ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବୁ। ସେହିଭଳି ଆଇଟିସି ଲିମିଟେଡ୍‌ର ଡିଭିଜନାଲ ଚିଫ୍‌ ଏକଜିକ୍ୟୁଟିଭ୍‌-ଏଗ୍ରି ବିଜ୍‌ନେସ୍‌ ଡିଭିଜନ୍‌ ରଜନୀକାନ୍ତ ରାଏ କହିଛନ୍ତି, ୪ ନିୟୁତରୁ ଅଧିକ ଚାଷୀଙ୍କୁ ଯୋଡ଼ୁଥିବା ଆଇଟିସିର ଇ-ଚୌପାଲ ବ୍ୟବସ୍ଥାକୁ ନେଇ ବିଗତ କିଛି ବର୍ଷରେ ଚାଷୀମାନଙ୍କ ଜୀବନକୁ ରୂପାନ୍ତରିତ କରିବା ଲାଗି ଆଇଟିସି ବିବିଧ-ଦିଗ ପଦକ୍ଷେପର ନେତୃତ୍ୱ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri