Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୫ା୧: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ସମୟ ମଧ୍ୟରେ ବ୍ୟାଙ୍କ ଟିକସ ପରବର୍ତ୍ତୀ ଲାଭ ବାର୍ଷିକ ଭିତ୍ତିରେ ୬୨% ବୃଦ୍ଧି ପାଇ ୫,୮୫୩ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ୩,୬୧୪ କୋଟି ଟଙ୍କା ଥିଲା। ବିଶେଷକରି ବ୍ୟାଙ୍କର ନେଟ୍‌ ସୁଧ ଆୟ (ଏନ୍‌ଆଇଆଇ) ବାର୍ଷିକ ଭିତ୍ତିରେ ୩୨% ଏବଂ ତ୍ରୈମାସିକ ଭିତ୍ତିରେ ୧% ବୃଦ୍ଧି ପାଇ ୩ୟ ତ୍ରୈମାସିକ ଶେଷସୁଦ୍ଧା ୧୧,୪୫୯ କୋଟି ଟଙ୍କା ହୋଇଛି, ଯାହା ୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ମଧ୍ୟରେ ୮,୬୫୩ କୋଟି ଟଙ୍କା ଥିଲା। ସେହିଭଳି ବାର୍ଷିକ ଭିତ୍ତିରେ ଏଥିରେ ୦.୭୩% ଓ ତ୍ରୈମାସିକ ଭିତ୍ତିରେ ୦.୩୦% ବୃଦ୍ଧି ଘଟିଛି। ସେହିଭଳି କାସାରେ ବାର୍ଷିକ ୧୦% ଏବଂ ତ୍ରୈମାସିକ ଭିତ୍ତିରେ ୪% ବୃଦ୍ଧି ହୋଇଥିବା ବେଳେ କାସା ଅନୁପାତ ୪୪% ରେ ରହିଛି।

Share