ଆକ୍ସିସ ବ୍ୟାଙ୍କର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୮।୪: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଗୁରୁବାର ମୁମ୍ବାଇଠାରେ ଅନୁଷ୍ଠିତ ବ୍ୟାଙ୍କର ନିର୍ଦେଶକ ମଣ୍ଡଳୀ ବୋର୍ଡ ବୈଠକରେ ଉକ୍ତ ଆର୍ଥିକ ଫଳାଫଳକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ ବ୍ୟାଙ୍କର ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୬୧% ବୃଦ୍ଧି ପାଇ ୬,୬୨୫ କୋଟି ଟଙ୍କା ହୋଇଛି। ବର୍ଷତମାମ ପାଇଁ ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୬୮% ବୃଦ୍ଧି ପାଇ ୨୧,୯୩୩ କୋଟି ଟଙ୍କା ହୋଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି, ଆମେ ଦୃଢ଼ତା ଉପରେ କାମ କରୁଛୁ, ଯେଉଁଥିରୁ ଫଳ ମିଳିବା ଆରମ୍ଭ ହୋଇଯାଇଛି। ୨୦୨୨-୨୩ର ୪ର୍ଥ ତ୍ରୈମାସିକରେ ଆମେ ଭାରତ ନେଟ୍‌ ବ୍ୟାଙ୍କିଙ୍ଗ ଓ ଡିଜିଟାଲ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛୁ। ବିଶେଷ କରି ଅର୍ଥପୂର୍ଣ୍ଣ ଭାବେ ଏକ ଦୃଢ଼ ଫ୍ରାଞ୍ଚାଇଜି ଗଠନ ସହ ଆମେ ଏହି ବର୍ଷକୁ ଶେଷ କରୁଛୁ। ଆଲୋଚ୍ୟ ଆର୍ଥିକ ବର୍ଷରେ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଇଣ୍ଡିଆର ଉପଭୋକ୍ତା ବ୍ୟବସାୟ ଅଧିଗ୍ରହଣକୁ ଶେଷ ଶେଷ କରାଯାଇଛି। ସିଟିବ୍ୟାଙ୍କ ଇଣ୍ଡିଆର ଋଣ, କ୍ରେଡିଟ୍‌ କାର୍ଡ, ସଂପତି ପରିଚାଳନା ଏବଂ ରିଟେଲ୍‌ ବ୍ୟାଙ୍କିଙ୍ଗ କାରବାରକୁ ବ୍ୟାଙ୍କ ଅଧିଗ୍ରହଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଅଧିଗ୍ରହଣ ଦ୍ୱାରା ଆକ୍ସିସ୍‌ ବ୍ୟାଙ୍କ ନିଜକୁ ଭାରତର ଏକ ବୃହତ ବ୍ୟାଙ୍କ ଭାବେ ଉପସ୍ଥାପନ କରିପାରିଛି ଏବଂ ଏହା ବ୍ୟାଙ୍କର ପ୍ରିମିୟମ୍‌ ବଜାର ଅଂଶ ବଢ଼ାଇବାରେ ସହାୟକ ହେବ। ସିସିଆଇ ଅନୁମୋଦନ ମିଳିବାର ସାତ ମାସ ଭିତରେ ଏହି କାର୍ଯ୍ୟ ଶେଷ ହୋଇଛି। ଇଜିଟ୍ୟାପ୍‌ ବାଏ ରେଜରପେ ଓ ମାଇଁପିନ୍‌ପ୍ୟାଡ୍‌ ସହଯୋଗିତାରେ ଡିଜିଟାଲ୍‌ ପେମେଂଟ୍‌ ଗ୍ରହଣ କରିବା ଲାଗି ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ‘ମାଇକ୍ରୋପେ’ର ଶୁଭାରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri