Categories: ଫୁରସତ

ସଚେତନତା ହିଁ ନିଦାନ

ଶରୀରରେ କୌଣସି ସମସ୍ୟା ସୃଷ୍ଟିହେବା ପୂର୍ବରୁ ଏଥିରୁ ଦୂରେଇରହିବା ଲାଗି ପଦକ୍ଷେପ ଗ୍ରହଣ କରିବା ଏବଂ ସଚେତନ ହେବା ହିଁ ପ୍ରକୃତ ନିଦାନ। କେତେକ ଲୋକଙ୍କଠାରେ ମନେ ରଖିବା ଶକ୍ତି ନ ଥାଏ। ସେମାନଙ୍କ ସ୍ମୃତିଶକ୍ତିରେ ଅନିୟମିତତା ପରିଲକ୍ଷିତ ହୋଇଥାଏ। ସେମାନେ କେଉଁ ସ୍ଥିତିରେ , କେଉଁଠାରେ ଅଛନ୍ତି ତାହା କିଛି ମନେରଖିପାରନ୍ତ ନାହିଁ। ଏଭଳି ସମସ୍ୟାକୁ ଚିକିତ୍ସା ବିଜ୍ଞାନରେ ଆଲ୍‌ଝିମର କୁହାଯାଏ।
ଏହି ଦ୍ରୁତ ଗତିଶୀଳ ଦୁନିଆରେ ଜିନିଷ ଏବଂ ଘଟଣାକୁ ଭୁଲିଯିବା ଏକ ନିୟମିତ ଘଟଣା ହୋଇପାରେ। ଅବଶ୍ୟ ଏହି ପରିସ୍ଥିତି କେତେକ କ୍ଷେତ୍ରରେ ଆଲ୍‌ଝିମର ସମସ୍ୟାର ଆରମ୍ଭକୁ ସୂଚାଇପାରେ। ଏହା ଏକ ସାଧାରଣ ପ୍ରକାର ଡିମେନ୍ସିଆ ଯାହା ଧୀରେ ଧୀରେ ସ୍ମୃତିଶକ୍ତି ହ୍ରାସ କରିଥାଏ ଏବଂ ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜ୍ଞାନ କ୍ଷମତା ହରାଇଥାନ୍ତି। ପ୍ରତିବର୍ଷ ସେପ୍ଟେମ୍ବର ୨୧ରେ ବିିଶ୍ୱ ଆଲ୍‌ଝିମର ଦିବସ ପାଳନ କରାଯାଇଥାଏ।
ଏହିଦିନ ଆଲ୍‌ଝିମର ରୋଗର କାରଣ ଏବଂ ଗମ୍ଭୀରତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥାଏ। ଆଲ୍‌ଝିମର ରୋଗ ହେଉଛି ଏକ ଅବକ୍ଷୟକାରୀ ମସ୍ତିଷ୍କ ଅବସ୍ଥା ଯାହା ଧୀରେ ଧୀରେ ସ୍ମୃତି ଏବଂ ଜ୍ଞାନଗତ କ୍ଷମତାକୁ ପ୍ରଭାବିତ କରିଥାଏ। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଡିମେନ୍ସିଆର କାରଣ । ଗ୍ରୀକ୍‌ ଦାର୍ଶନିକ ପିଥାଗୋରାସ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ ମାନବ ଜୀବନ ବିଷୟରେ କହିଥିଲେ ଏବଂ ମାନବ ଅସ୍ତିତ୍ୱର ଶେଷ ବର୍ଷଗୁଡ଼ିକୁ ସିନିୟମ ବୋଲି କହିଥିଲେ। ମାନସିକ ଏବଂ ଶାରୀରିକ ଅବନତିର ସମୟକୁ ବର୍ଣ୍ଣିତ କରିବା ପାଇଁ ସେ ସିନିୟମ ଶବ୍ଦ ବ୍ୟବହାର କରିଥିଲେ। ୧୫୦୦ ତଥା ୧୬୦୦ ମସିହା ପୂର୍ବରୁ ସେକ୍ସପିଅର୍‌ ତାଙ୍କର ହେମ୍‌ଲେଟ ଏବଂ କିଙ୍ଗ୍‌ ଲିଅର୍‌ ଆଦି ଅନେକ ପ୍ରସିଦ୍ଧ ନାଟକରେ ଏ ବିଷୟରେ ଲେଖିଥିଲେ।

Share