Categories: ଫୁରସତ

ସଚେତନତା ହିଁ ନିଦାନ

ବିଶ୍ୱସ୍ତରରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ମ୍ୟାଲେରିଆଠାରୁ କିଭଳି ଦୂରେଇ ରହିହେବ ସେନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୫ ଏପ୍ରିଲ୍‌ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ। ବିଶ୍ୱସ୍ତରରେ ୧୦୬ଟି ଦେଶରେ ୩.୩ ବିଲିୟନ ଲୋକ ମ୍ୟାଲେରିଆ ଯୋଗୁ ସଙ୍କଟରେ ରହିଛନ୍ତି। ୨୦୧୨ରେ ମ୍ୟାଲେରିଆରେ ପ୍ରାୟ ୬,୨୭,୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟତଃ ଆଫ୍ରିକୀୟ ଦେଶରେ ଏହାଯୋଗୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଏସିଆ, ଲାଟିନ୍‌ ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଏବଂ ୟୁରୋପର କିଛି ଅଂଶ ମଧ୍ୟ ମ୍ୟାଲେରିଆ ଦ୍ୱାରା ପ୍ରଭାବିତ ହୋଇଥାଏ।
ସଦ୍ୟତମ ବିଶ୍ୱ ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ, ୨୦୧୫ରେ ମ୍ୟାଲେରିଆରେ ୪,୨୯,୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହିବର୍ଷ ୨୧୨ ନିୟୁତ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ନିଷ୍ପତ୍ତି ଅନୁଯାୟୀ ବିଶ୍ୱ ସ୍ବାସ୍ଥ୍ୟ ସଭାର ୬୦ତମ ଅଧିବେଶନରେ ସହମତି କ୍ରମେ ମେ’ ୨୦୦୭ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ପାଇଁ ନିଷ୍ପତ୍ତିି ଗ୍ରହଣ କରାଯାଇଥିଲା।
ତେବେ ୨୦୦୧ ଏପ୍ରିଲ ୨୫ରେ ଆଫ୍ରିକା ମ୍ୟାଲେରିଆ ଦିବସ ପାଳନ ଆରମ୍ଭ ହୋଇଥିଲା। କିଭଳି ମ୍ୟାଲେରିଆଠାରୁ ଦୂରେଇ ରହିହେବ, ସେ ନେଇ ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱରେ ଲୋକଙ୍କୁ ସଚେତନ କରାଯାଇଥାଏ।

Share