ସଚେତନତା ସବୁଠାରୁ ବଡ କଥା

”ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ ଅବଗତ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ବିଶ୍ୱ ଆଲଜିମର୍ସ ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷିତ ସ୍ଲୋଗାନଟି ହେଲା ‘ଲେଟ୍‌ସ ଟକ୍‌ ଏବାଉଟ ଡିମେନଣ୍ଟିଆ’…

ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ବିଶ୍ୱ ଆଲଜିମର୍ସ ଦିବସ ଭାବରେ ପାଳନ କରାଯାଇ ଆସୁଅଛି। ଆଲଜିମର୍ସ ହେଉଛି ଏକ ବୟସଜନିତ ସମସ୍ୟା। ସାଧାରଣତଃ ବୟସ ବୃଦ୍ଧି ହେଲେ ସେହି ଅନୁସାରେ ଶାରୀରିକ ପ୍ରକ୍ରିୟାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଏହାଦ୍ୱାରା ବୟସ୍କ ବ୍ୟକ୍ତିଙ୍କର ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟଧାରା ମଧ୍ୟ ପ୍ରଭାବିତ ହୁଏ। ତେଣୁ ବୟସ ବଢ଼ିବା ସହ ନିଜ ଶରୀର ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିଥାଏ। ଆଲଜିମର୍ସ ସମସ୍ୟା ଦେଖାଦେଲେ ତାହାଦ୍ୱାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କରେ ଥିବା କୋଷଗୁଡିକର କାର୍ଯ୍ୟ ବାଧାପ୍ରାପ୍ତ ହୁଏ, ଯାହାର ପ୍ରଭାବ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟବହାର ଉପରେ ପଡିଥାଏ। ସେହି ବ୍ୟକ୍ତି ଅନେକ କଥାକୁ ଭୁଲିଯାଇଥାଆନ୍ତି, ଯାହାକୁ ‘ଡିମେନଣ୍ଟିଆ’ ମଧ୍ୟ କୁହାଯାଏ। ଆଲଜିମର୍ସ ରୋଗର କାରଣ ଜଣାପଡିଲେ ବିଳମ୍ବ ନ କରି ତାହାର ଚିକିତ୍ସା କରାଇନେବା ଆବଶ୍ୟକ। ଯଦି ଏଥିରେ ଅବହେଳା କରାଯାଏ ତେବେ ତାହା ଭବିଷ୍ୟତରେ ପାରାଲିସିସ ବା ପକ୍ଷାଘାତ ପରି ଜଟିଳ ଶାରୀରିକ ସମସ୍ୟା ସୃଷ୍ଟି କରିବା ଯଥେଷ୍ଟ ଆଶଙ୍କା ରହିଛି।
ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ ଅବଗତ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ବିଶ୍ୱ ଆଲଜିମର୍ସ ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷିତ ସ୍ଲୋଗାନଟି ହେଲା ‘ଲେଟ୍‌ସ ଟକ୍‌ ଏବାଉଟ ଡିମେନଣ୍ଟିଆ’। ଅର୍ଥାତ୍‌ ଏହି ରୋଗ ବିଷୟରେ ଆମେ ଯେତେ ଆଲୋଚନା କରିବା ସେ ସମ୍ପର୍କରେ ଲୋକମାନେ ସେତେ ସତେଚନ ହେବେ। କାରଣ କୌଣସି ରୋଗ ସମ୍ପର୍କରେ ଆମେ ନିଜକୁ ସଚେତନ କରାଇବା ହେଉଛି ବଡ କଥା। ବୟସ ବଢ଼ିଲେ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ। ବିଶେଷଭାବରେ ଏହି ସମୟରେ ସ୍ନାୟୁଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ବୟସ୍କ ବ୍ୟକ୍ତିମାନେ ନିଜର ରୁଟିନ୍‌ ଚେକଅପ ସମୟରେ ନିଜର ସମସ୍ତ ଶାରୀରିକ ସମସ୍ୟା ବିଷୟରେ ଡାକ୍ତରଙ୍କ ସହ ବିଶଦ ଭାବରେ ଆଲୋଚନା କରିବା ଦରକାର। ବୟସ ବଢ଼ିବା ସହ ନିଜକୁ ଅବସାଦ, ଟେନସନଠାରୁ ଯେତେ ଦୂରେଇ ରଖିବେ ତାହା ସେତେ ଭଲ। ଏହି ସମୟରେ ନିଜକୁ ସୁସ୍ଥ ରଖିବାକୁ ନିଜର ଦୈନନ୍ଦିନ ଜୀବନଶୈଳୀ ଉପରେ ନଜର ରଖନ୍ତୁ। ପ୍ରତିଦିନ ସକାଳେ କିଛି ସମୟ ଚାଲବୁଲ କରନ୍ତୁ। ନିଜର ଖାଦ୍ୟପେୟ ପ୍ରତି ମଧ୍ୟ ସତର୍କ ରହିବା ନିହାତି ଜରୁରୀ। ସବୁଠାରୁ ବଡ କଥା ହେଲା ବୟସ ବଢ଼ିବା ସହ ଆଲଜିମର୍ସ ପରି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଅବଗତ ହେବା ଦରକାର।
ବିଶ୍ୱରେ ଆଲଜିମର୍ସ ରୋଗୀଙ୍କ ସଂଖ୍ୟାର ବୃଦ୍ଧି ଦେଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଲୋକମାନେ କିପରି ଏହି ରୋଗ ବିଷୟରେ ଆରମ୍ଭରୁ ସଚେତନ ହେବ ତାହା ଉପରେ ଗୁରୁତ୍ୱ ଦେଇଆସିଛି। ତେଣୁ ଆମେ ଏ ନେଇ ଅଧିକ ଦୃଷ୍ଟି ଦେଲେ ଭବିଷ୍ୟତରେ ଆଲଜିମର୍ସ ରୋଗଠାରୁ ନିଜକୁ ଅନେକାଂଶରେ ଦୂରେଇ ରଖିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri