ଅପାରଦର୍ଶୀ ନିଲାମି ପ୍ରକ୍ରିୟା

ଶ୍ରୀଗିରୀଶ ଜଲିହଲ

 

ଗରିବ ଓ ସଶସ୍ତ୍ର ବଳକୁ ଡାଲି ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ୪,୬୦୦ କୋଟି ଟଙ୍କା ମୂଲ୍ୟର ନିଲାମି ପ୍ରକ୍ରିୟା କେତେକ ବଡ ମିଲ୍‌ ମାଲିକଙ୍କୁ ଲାଭ ଦେବାକୁ ଅନୁଚିତ ଉପାୟରେ ପ୍ରବନ୍ଧିତ କରାଯାଇଥିଲା ବୋଲି ନ୍ୟାଶନାଲ ପ୍ରଡକ୍ଟଭିଟି କାଉନ୍‌ସିଲ ବା ଜାତୀୟ ଉତ୍ପାଦକତା ପରିଷଦ ଦର୍ଶାଇଛିି। ଉକ୍ତ ପରିଷଦର ଅଧ୍ୟକ୍ଷ ହେଉଛନ୍ତି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଓ ଏହା ୧୧ ଅକ୍ଟୋବର, ୨୦୨୧ରେ ଏହାର ପ୍ରାରମ୍ଭିକ ସିଦ୍ଧାନ୍ତ ଉପସ୍ଥାପିତ କରିଥିଲା ଏବଂ ଏହା ରିପୋର୍ଟର୍ସ କଲେକ୍ଟିଭ୍‌ର ହସ୍ତଗତ ହୋଇଥିଲା। ଏକ ସ୍ବୟଂଚାଳିତ ସରକାରୀ ଗବେଷଣା ସଂସ୍ଥା ଭାବେ କାଉନ୍‌ସିଲ ଅପରିଷ୍କୃୃତ ଡାଲିକୁ ପ୍ରୋସେସିଂ ବା ଖାଦ୍ୟ ଉପଯୋଗୀ କରି ଯୋଗାଇ ଦେବାର କ୍ଷମତା ଥିବା ମିଲର୍‌ମାନଙ୍କୁ ଚୟନ ଲାଗି ଅନୁସୃତ ନିଲାମି ପ୍ରକ୍ରିୟା ଉପରେ ଅନୁଧ୍ୟାନ କରିଥିଲା। ଜାଣିବାକୁ ପାଇଥିଲା ଯେ, ନିଲାମିର ସର୍ତ୍ତଗୁଡ଼ିକ ସରକାରଙ୍କୁ ଉଚିତ ମୂଲ୍ୟରୁ ବହୁ ଅଧିକରେ ନିମ୍ନ ଗୁଣବତ୍ତା ଡାଲି ଦେଇ ଠକିବା ସହ ତାହାକୁ ଖୋଲା ବଜାରରେ ଅଧିକ ମୂଲ୍ୟରେ ବିକ୍ରି କରି ଲାଭ କରିବାକୁ ଅନୁମତି ଦେଇଛି। କୃଷି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ଏଗ୍ରିକଲ୍‌ଚର କୋଅପରେଟିଭ ମାର୍କେଟିଂ ଫେଡେରେଶନ(ଏନ୍‌ଏଏଫ୍‌ଇଡି ବା ନାଫେଡ୍‌) ଏହି ନିଲାମି ପଦ୍ଧତି ବିକାଶ କରିଥିଲା ଓ ମିଲରମାନଙ୍କୁ ପ୍ରଚୁର ଲାଭ ଦେବାରେ ସାହାଯ୍ୟ କରିଥିଲା ବୋଲି କାଉନ୍‌ସିଲ ଜାଣିବାକୁ ପାଇଥିଲା। ଏହି ପଦ୍ଧତି କିଭଳି ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁ ଟନ୍‌ ଡାଲି ଠକିବା ଲାଗି ମିଲରମାନଙ୍କୁ ଅନୁମତି ଦେଇଥିଲା,ତାହାକୁ ମଧ୍ୟ ପ୍ରାରମ୍ଭିକ ଅନୁସନ୍ଧାନରେ ରିପୋର୍ଟର୍ସ କଲେକ୍ଟିଭ୍‌ ଲୋକଲୋଚନକୁ ଆଣିଥିଲା। ଆରଟିଆଇରେ ଆମେ ପାଇଥିବା କାଉନ୍‌ସିଲର ପ୍ରାଥମିକ ନିଷ୍କର୍ଷ ଯାହା ଥିଲା,ତାହା ଆମ ରିପୋର୍ଟକୁ ନିଶ୍ଚିତ କରିଥିଲା। କଲେକ୍ଟିଭ ଦର୍ଶାଏ ଯେ, ଅକ୍ଟୋବର ୨୦୨୧ରେ କାଉନ୍‌ସିଲ ପ୍ରଦାନ କରିଥିବା ତଥ୍ୟକୁ ସରକାର ଅଣଦେଖା କରିଛନ୍ତି। ଏହି ରିପୋର୍ଟ ପ୍ରଦାନ କରିବାର ପର ଦୁଇ ମାସରେ ସେହି ଏକା ନିଲାମି ପଦ୍ଧତିରେ ୮୭୫.୪୭ କୋଟି ଟଙ୍କାର ୧୩୭,୫୦୯ ମେଟ୍ରିକ ଟନ୍‌ ଡାଲି ପ୍ରୋସେସିଂ ପାଇଁ ନିଲାମ କରିବା ଲାଗି ସରକାର ନାଫେଡ୍‌କୁ ଅନୁମତି ଦେଇଥିଲେ। କିନ୍ତୁ କଲେକ୍ଟିଭ ତଥ୍ୟ ପ୍ରକାଶ ପାଇବା ପରେ ନାଫେଡ୍‌ ଏବେ କଲ୍ୟାଣକାରୀ ଯୋଜନା ସକାଶେ ଡାଲି ପ୍ରୋସେସିଂ ବନ୍ଦ କରିଦେଇଛି।
୨୦୧୫ରେ ଡାଲି ସଙ୍କଟରୁ ମୁକ୍ତି ପାଇବା ଲାଗି ସରକାର କୃଷକମାନଙ୍କୁ ଅଧିକ ଡାଲି ଉତ୍ପାଦନ କରିବାକୁ ପ୍ରୋତ୍ସାହିତ କରି ସେମାନଙ୍କଠାରୁ ଡାଲି କିଣିିବା ସକାଶେ ପ୍ରତିଶ୍ରୁତି ଦେଇଥିଲେ। ପରେ ଗଚ୍ଛିତ ଡାଲି ପରିମାଣ ବଢ଼ିବା ଯୋଗୁ ୨୦୧୭ରେ ନାଫେଡ୍‌ ପ୍ରୋସେସିଂ ହେଉଥିବା ଡାଲିକୁ ଆଉ ଗଚ୍ଛିତ ନ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଉପଭୋକ୍ତାଙ୍କୁ କମ୍‌ ମୂଲ୍ୟରେ ଦେବାକୁ ପ୍ରସ୍ତାବ ଦେଇଥିଲା। ଏଥିପାଇଁ ନାଫେଡ ଏକ ନିଲାମି ପ୍ଲାଟଫର୍ମ ଗଠନ କଲା । ଏଥିରେ ମିଲର୍‌ମାନେ କଞ୍ଚା ଡାଲିକୁ ପ୍ରୋସେସିଂ କରି ରାଜ୍ୟଗୁଡ଼ିକୁ ଯୋଗାଇ ଦେବା ଲାଗି ନିଲାମ ଜିତି ଚୁକ୍ତିଭୁକ୍ତ ହେବାର ବ୍ୟବସ୍ଥା କରାଯାଇଥିଲା। ହେଲେ ନାଫେଡ୍‌ ଏକ ବିଚିତ୍ର ବ୍ୟବସ୍ଥା ପ୍ରବର୍ତ୍ତନ କରି କିଭଳି କିଛି ମିଲର୍‌ମାନଙ୍କ ସପକ୍ଷରେ ଚୁକ୍ତି କରିଛି, ତାହା କଲେକ୍ଟିଭ ଡିସେମ୍ବର ୨୦୨୧ରେ ଲୋକଲୋଚନକୁ ଆଣିଥିଲା। ନାଫେଡ୍‌ ମିଲର୍‌ମାନଙ୍କୁ ଡାଲି ପ୍ରୋସେସିଂ କରିବାକୁ ସବୁଠୁ ଅଧିକ ଆଉଟ ଟନର୍ର୍ ରେସିଓ ( ମିଲ୍‌ ପାଉଥିବା ଅପରିଷ୍କୃତ ଡାଲି ଓ ଏଥିତ୍ରୁ ପ୍ରୋସେସିଂ ପରେ ଶେଷରେ ମିଳୁଥିବା ଖାଇବା ଉପଯୋଗୀ ଡାଲିର ଅନୁପାତ- ଓଟିଆର) ପ୍ରସ୍ତୁତ କରିବାକୁ କହିଥିଲା। କିନ୍ତୁ ଏହା ନହେବା ଯୋଗୁ ମିଲର୍‌ମାନେ ଏହାଦ୍ୱାରା କିଭଳି ପ୍ରଚୁର ଲାଭ କରିଥିଲେ ତାହା କଲେକ୍ଟିଭ ପ୍ରକାଶ କରିଥିଲା। କିନ୍ତୁ ମିଲର୍‌ମାନେ ଏହାଦ୍ୱାରା କିଭଳି ପ୍ରଚୁର ଲାଭ କରିଥିଲେ ତାହା କଲେକ୍ଟିିଭ ପ୍ରକାଶ କରିଥିଲା। ବାସ୍ତବରେ ନାଫେଡ୍‌ର ନିଲାମରେ ଜଣେ ମିଲର୍‌ ନିଲାମ ନେଇପାରିବା ଭଳି ଓଟିଆର୍‌ ଉପରେ ସର୍ବନିମ୍ନ ସୀମା ନ ଥିଲା।
୨୦୧୮ରୁ ନାଫେଡ ସରକାରୀ ସ୍ତରରେ ଏଭଳି ଅବିଶ୍ୱସନୀୟ ଓ ଅପାରଦର୍ଶୀ ନିଲାମି ପ୍ରକ୍ରିୟା ଚଳାଇଆସୁଛି। ପୀୟୂଷ ଗୋଏଲଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଗରିବୀ କଲ୍ୟାଣ ଅନ୍ନ ଯୋଜନାରେ ଡାଲି ଯୋଗାଇ ଦେବା ଲାଗି ଏହି ନିଲାମୀ ପଦ୍ଧତିକୁ ଲାଗୁ କରାଯାଉଥିଲା। ଏବଂ ଯେଉଁ ନ୍ୟାଶନାଲ ପ୍ରଡକ୍ଟଭିଟି କାଉନ୍‌ସିଲ ଏବେ ଏହି ପଦ୍ଧତିର ତ୍ରୁଟି ବାହାର କରିଛି ତାହାର ମୁଖ୍ୟ ଭାବେ ବି ରହିଛନ୍ତି ଗୋୟଲ। ପ୍ରୋସେସିଂ ଡାଲିର ଓଟିଆର୍‌ ସିଷ୍ଟମ ନିରୁତ୍ସାହଜନକ ହୋଇପାରେ ଏବଂ ବିଭିନ୍ନ ପ୍ରକାର ଡାଲି ଲାଗି ନିର୍ଦ୍ଦିଷ୍ଟ ଗୁଣବତ୍ତା ସହ ଏକ ଏକକ ଓଟିଆର ସ୍ଥିର କରାଯାଇପାରେ ବୋଲି କାଉନସିଲ ପ୍ରସ୍ତାବ ଦେଇଥିଲା। ଡାଲିର ନିଲାମଧାରୀଙ୍କୁ ଚୟନ କରିବା ଲାଗି ସହ ନିର୍ଦ୍ଦିଷ୍ଟ ଗୁଣବତ୍ତା ମାନ ଏବଂ ଏକ ମାନକ ପ୍ରକ୍ରିୟା ଏବଂ ରାଜକୋଷକୁ ଅନୁକୂଳ ହେବା ଭଳି ନିଲାମି ପଦ୍ଧତି ସ୍ଥିର କରିବା ଲାଗି ସୁପାରିସ କରିଥିଲା। ହେଲେ ନାଫେଡ୍‌ ଦ୍ୱାରା ଗୃହୀତ ଏବକାର ପଦ୍ଧତିରେ ମିଲରମାନେ ପ୍ରସ୍ତୁତ କରୁଥିବା ଓଟିଆରକୁ ଏକ ଆନ୍ତଃ କମିଟି ଦ୍ୱାରା ସ୍ବୀକୃତି ମିଳୁଛି। ଏହି କମିଟିର ସବିଶେଷ ତଥ୍ୟ ଗୁପ୍ତ ରଖାଯାଉଛି। ଆରଟିଆଇ ମାଧ୍ୟମରେ ତଥ୍ୟ ପାଇବାକୁ ଚେଷ୍ଟା କରାଗଲେ କୋର୍ଟ ଅର୍ଡରର ଦୃଷ୍ଟାନ୍ତ ଦେଇ ନାଫେଡ୍‌ ଦ୍ୱାରା ବାଧା ସୃଷ୍ଟି କରାଯାଉଛି। କେବଳ କେତେକ ବଡ଼ ଡାଲି ମିଲର୍‌ ନାଫେଡ୍‌ର ଡାଲି ମିଲିଂ ପ୍ରକ୍ରିୟାରେ ଜଡ଼ିତ ରହିଛନ୍ତି ବୋଲି ଏହା ପ୍ରକାଶ କରିଛି। ମିଲିଂ ବିଜ୍‌ନେସରୁ କେତେକ ଛୋଟ ବ୍ୟବସାୟୀଙ୍କୁ ବାଦ ଦିଆଯାଇଥିବାରୁ ଏହା ନାଫେଡ୍‌କୁ ଦାୟୀ କରିଛି। ଏବକାର ମିଲିଂ ପରିମାଣ ୧୦୦ ମେଟ୍ରିକ ଟନ୍‌ ରଖାଯାଇଥିବାରୁ ତାହା ଛୋଟ ଡାଲି ମିଲରଙ୍କୁ ମିଲିଂ କାର୍ଯ୍ୟରେ ଭାଗ ନେବାରେ ବାଧା ଦେଉଛି। ଏଣୁ ଏହାକୁ କମାଇ ୨୫ ଟନ ଧାର୍ଯ୍ୟ କରିବା ଲାଗି ନାଫେଡକୁ ଏହା ସୁପାରିସ କରିଛି। କିନ୍ତୁ ଏପ୍ରିଲ ୨୦୧୮ ପରଠାରୁ ଓଟିଆର ଆଧାରରେ ବିଭିନ୍ନ ଡାଲିକୁ ନେଇ କରାଯାଇଥିବା ନିଲାମୀ ପ୍ରକ୍ରିୟାରେ ଛୋଟ ବ୍ୟବସାୟୀଙ୍କ ସଂଖ୍ୟା କମ୍‌ ରହିଥିବା ନାଫେଡ୍‌ର ନିଲାମି ଲେଖାଗାରରୁ କଲେକ୍ଟିଭ ଜାଣିପାରିଛି। କେବଳ ବୃହତ ବ୍ୟବସାୟୀଙ୍କୁ ଅନୁମତି ଦେଇ ନାଫେଡ ଛୋଟ ମିଲରମାନଙ୍କ ବାଟ ବନ୍ଦ କରିଦେଇଛି। ଡାଲି କିଣାଠାରୁ ଆରମ୍ଭ କରି ଯୋଗାଣ ଯାଏ ଗୁଣବତ୍ତା ଯାଞ୍ଚ ପ୍ରକ୍ରିୟା ଦୁର୍ବଳ ରହିଥିଲା ବୋଲି କାଉନ୍‌ସିଲ ଜାଣିବାକୁ ପାଇଥିଲା। ନାଫେଡ୍‌ ଏପ୍ରିଲ ୨୦୨୦ରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟକୁ କହିଥିଲା ଯେ, ଭଣ୍ଡାର ଗୃହରେ ଗଚ୍ଛିତ ଡାଲି ଫାଷ୍ଟ ଇନ୍‌ , ଫାଷ୍ଟ ଆଉଟ ନିୟମରେ ବିକ୍ରି କରିବ। କିନ୍ତୁ ଏହାକୁ ଠିକ ଭାବେ ପାଳନ କରି ନ ଥିଲା ।
୧୧ ଫେବୃୟାରୀ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ କେବଳ ଅପରିଷ୍କୃତ ଡାଲି ଦେବା ଲାଗି ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ କଲ୍ୟାଣକାରୀ ଯୋଜନାରେ କେବଳ ଡାଲି ଯୋଗାଣ କଥା ଚିନ୍ତା କରିଛି। ନାଫେଡ କିନ୍ତୁ ସମାନ ପ୍ରକାର ନିଲାମି ପଦ୍ଧତିରେ ଗତ ୪ ବର୍ଷର ସଶସ୍ତ୍ର ବଳକୁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକ୍ରିୟାକୃତ ଡାଲି ଯୋଗାଇବା ବାବଦରେ କିଛି ପ୍ରକାଶ କରିନାହିଁ। ଦ୍ୱିତୀୟରେ ଏହି ନିର୍ଦ୍ଦେଶରେ ପ୍ରକୃତରେ ନିଲାମି ପଦ୍ଧତିକୁ ବନ୍ଦ କରାଯାଇନାହିଁ। ଏଥିତ୍ରୁ ବୁଝାପଡ଼ୁଛି ଯେ, ରାଜ୍ୟଗୁଡ଼ିକୁ ଯଦି ଡାଲି ଆବଣ୍ଟନ କରାଯାଏ,ତେବେ ସେମାନେ ଡାଲି ମିଲିଂ ଓ ଯୋଗାଣ କ୍ଷେତ୍ରରେ ଉପଯୋଗ କରିପାରିବେ। ଶେଷରେ ଏହା କେବଳ ନାଫେଡ ଦ୍ୱାରା ଡାଲି ମିଲିଂ ପ୍ରକ୍ରିୟାକୁ ବନ୍ଦ କରିଛି, ଅନ୍ୟଗୁଡ଼ିକୁ ନୁହେଁ।
ସଦସ୍ୟ, ରିପୋର୍ଟର୍ସ କଲେକ୍ଟିଭ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri