ଗଞ୍ଜାମ,୧୫/୯(ବିଦ୍ୟାଧର ସାହୁ ): ବ୍ରହ୍ମପୁର ରୋଟାରି କ୍ଲବ ପକ୍ଷରୁ ଗଞ୍ଜାମ ବ୍ଲକର ଶିକ୍ଷକ ଗଜେନ୍ଦ୍ର ମାଝୀ,ଲକ୍ଷ୍ମଣ ନାହାକଙ୍କ ସମେତ ବରିଷ୍ଠ ଶିକ୍ଷକ କୈବଲ୍ୟ ପ୍ରସାଦଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉକୃଷ୍ଟ ୫୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ଶିକ୍ଷକ ଭବାନୀ ଶଙ୍କର ପଟ୍ଟନାୟକଙ୍କ ମଧ୍ୟ ନାମ ଘୋଷଣା କରାଯାଇଥିଲା । ସମାରୋହରେରେ ମୁଖ୍ୟ ଅତିଥି ଭାବେ ଜିଲା ରାଜ୍ୟପାଳ ଆର୍ଟିଏନ ମନୋଜ ତ୍ରିପାଠୀ ଯୋଗ ଦେଇ ମୌଳିକ ଶିକ୍ଷା ଏବଂ ସାକ୍ଷାରତକୁ ପ୍ରୋତ୍ସାହିତ କରିବାରେ ରୋଟାରି କ୍ଲବ ବ୍ରହ୍ମପୁରର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ରୋଟାରି କ୍ଲବ ନୋଡାଲ ଚେୟାରମ୍ୟାନ ରଂଜିତା ପଣ୍ଡା, କ୍ଲବ ସଭାପତି,ସଚିବ, ରୋଟାରୀଆନ ଏବଂ ଅନ୍ୟାନ୍ୟ ସଂମ୍ମାନିତ ଅତିଥି ମାନେ ଉପସ୍ଥିତ ଥିଲେ ।


