Posted inଜାତୀୟ

ମଣିପୁର ହିଂସାଠାରୁ ଦୂରେଇ ରୁହ: ହିମନ୍ତଙ୍କୁ ଚିଦାମ୍ବରମଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୭ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ମଣିପୁରର ସ୍ଥିତି ୭ ରୁ ୧୦ ଦିନ ମଧ୍ୟରେ ସୁଧୁରିବ ବୋଲି ଶର୍ମା କହୁଛନ୍ତି, କିନ୍ତୁ ଯଦି ଭାଜପା ନେତାମାନେ ମଣିପୁର ହିଂସାରେ ଅଯଥା ଦଖଲ ନ ଦିଅନ୍ତି ଏବଂ ଦୂରେଇ ରୁହନ୍ତି ତେବେ ସମାଧାନ କାର୍ଯ୍ୟ ତ୍ୱରାନ୍ବିତ ହେବ।

ପୂର୍ବତନ ସ୍ବରାଷ୍ଟ୍ରମନ୍ତ୍ରୀ ଚିଦାମ୍ବରମ ଏହା ମଧ୍ୟ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ଉତ୍ତର-ପୂର୍ବ ରାଜ୍ୟରେ କିଛି ମାସ ପାଇଁ ରାଷ୍ଟ୍ରପତିଙ୍କ ନିୟମ ଲାଗୁ ହେଲେ ସ୍ଥିତିରେ ସୁଧାର ଆସିପାରେ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଥିଲେ ମଣିପୁରରେ ୭-୧୦ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଚୁପଚାପ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଉତ୍ତର-ପୂର୍ବ ରାଜ୍ୟରେ ଆପେକ୍ଷିକ ଶାନ୍ତି ଥିବାବେଳେ ବିରୋଧୀ ଦଳ ଏହାର ଅଯଥା ଚିନ୍ତା ପ୍ରକଟ କରୁଛନ୍ତି। ଏକ ମାସ ପୂର୍ବରୁ ହିଂସାର ସ୍ତର କ’ଣ ଥିଲା ଏବଂ ଆଜି ଏହା କ’ଣ? ମୁଁ ଆପଣଙ୍କୁ ଏକ ଗ୍ୟାରେଣ୍ଟି ଦେଇ କହିପାରେ ଯେ ଯେଉଁଠାରେ ହିଂସା ଘଟିଛି, ପରିସ୍ଥିତିରେ ଏକ ବ୍ୟାପକ ଉନ୍ନତି ହେବ।

ଆସାମର ମୁଖ୍ୟମନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ମଣିପୁରକୁ ଶାନ୍ତି ଫେରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ମଣିପୁରର ସ୍ଥିତିରେ ସୁଧାର ଆସିପାରେ ବୋଲି ସେ କହିଛନ୍ତି। ଯଦି ଆସାମର ସିଏମ ଏଥିରେ ଦଖଲ ନ ଦେଇ ଦୂରରେ ରହିବେ ତେବେ ସ୍ଥିତିରେ ସୁଧାର ଶୀଘ୍ର ଆସିବ। ଏହା ଅନ୍ୟ ଭାଜପା ନେତାମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଜରୁରୀ।

ସୂଚନାଯୋଗ୍ୟ,କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରର ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରି ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କୁ ମଧ୍ୟ ଭେଟିଥିଲେ। ଜାତିଆଣ ହିଂସାରେ ରାଜ୍ୟରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିବାବେଳେ କିଛି ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛିି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri