ଅମୃତଭଣ୍ଡା ସହ ଏହି ଖାଦ୍ୟ ମନା…

ଅମୃତଭଣ୍ଡା ଖାଇବାକୁ ଅନେକେ ଭଲପାଆନ୍ତି। ଏହା କେବଳ ସ୍ବାଦିଷ୍ଠ ନୁହେଁ, ବରଂ ଏଥିରେ ଭରି ରହିଛି ଅନେକ ପୋଷକତତ୍ତ୍ୱ। ହେଲେ ଆପଣ ଜାଣନ୍ତିକି ଏହା ସହ କେତେକ ଖାଦ୍ୟ ଖାଇବା ଦ୍ୱାରା ଏହାର ଗୁଣବତ୍ତା ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ବି ଉପୁଜିପାରେ। ଜାଣିରଖନ୍ତୁ କେଉଁ ଖାଦ୍ୟ ଅମୃତଭଣ୍ଡା ସହ ଖାଇବା ଠିକ୍‌ ନୁହେଁ…

କ୍ଷୀର : ଫ୍ରୁଟ୍‌ ସେକ୍‌ ପିଇବାକୁ ଅନେକେ ବହୁତ ଭଲପାଆନ୍ତି, ଯାହାକୁ ପ୍ରସ୍ତୁତ କରିବା ଲାଗି ଫଳକୁ କ୍ଷୀର ସହ ମିଶାଇ ଗ୍ରାଇଣ୍ଡିଂ କରାଯାଏ। ହେଲେ ଆପଣ ଜାଣନ୍ତିକି, କ୍ଷୀର ସହ ଅମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ। କାରଣ ଏହାଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍‌, ବଦହଜମି, କୋଷ୍ଟକାଠିନ୍ୟ ଏବଂ କେବେକେବେ ଝାଡ଼ାବାନ୍ତି ଭଳି ସମସ୍ୟା ବି ଉପୁଜିପାରେ।

ଦହି: କେବଳ କ୍ଷୀର ନୁହେଁ, ଦହି ବି ଏହା ସହ ଖାଇବା ଠିକ୍‌ ନୁହେଁ। ଆୟୁର୍ବେଦ ଅନୁଯାୟୀ ଅମୃତଭଣ୍ଡା ଗରମ ଓ ଦହି ଥଣ୍ଡା ହୋଇଥିବାରୁ ଏହି ଦୁଇଟି ଖାଦ୍ୟ ମିଶାଇ ଖାଇବା ଦ୍ୱାରା ଥଣ୍ଡା, କଫ, ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇପାରେ। ତେଣୁ ଅମୃତଭଣ୍ଡା ଖାଇବାର ଅତିକମ୍‌ରେ ଏକ ଘଣ୍ଟା ପରେ ଦହି ଖାଆନ୍ତୁ।

କମଳା ଏବଂ ଲେମ୍ବୁ: ଫ୍ରୁଟ୍‌ ଚାଟ୍‌ରେ ସବୁ ଫଳ ଏକାଠି ଖାଇବାକୁ କିଏ ବା ଭଲ ନ ପାଏ! କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଛି ଫଳ ଏମିତି ଅଛି, ଯାହାକୁ ଅନ୍ୟ ଫଳ ସହ ଖାଇବା ସ୍ବାସ୍ଥ୍ୟକର ନୁହେଁ। ଠିକ୍‌ ଯେମିତି ଅମୃତଭଣ୍ଡା ସହ କମଳା କିମ୍ବା ଲେମ୍ବୁ ଆଦି ଖଟା ଫଳ ଖାଇବା ଭଲ ନୁହେଁ। କାରଣ ଏଭଳି ଫଳରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ସି ଅମୃତ ଭଣ୍ଡା ସହ ମିଶିବା ପରେ ହଜମ ସମସ୍ୟା ସୃଷ୍ଟି କରିଥାଏ। ଏହା ଏସିଡିଟି, ଛାତି ପୋଡ଼ିବା, ପାକସ୍ଥଳୀରେ ଯନ୍ତ୍ରଣା ଆଦି ସମସ୍ୟାର କାରଣ ସାଜିପାରେ।

କଲରା: ଅମୃତଭଣ୍ଡାରେ ଜଳୀୟ ଅଂଶ ଭରପୂର ମାତ୍ରାରେ ଥିବାରୁ ଏହା ଶରୀରକୁ ହାଇଡ୍ରେଟ୍‌ ରଖିଥାଏ। କିନ୍ତୁ କଲରା ଅତ୍ୟନ୍ତ ପିତା ହେବା ସହ ଏହା ଶରୀରରୁ ଜଳୀୟାଂଶ ଶୋଷି ନେଇଥାଏ। ତେଣୁ ଏହି ଦୁଇଟି ଖାଦ୍ୟ ଏକାଠି ଖାଇବା ଦ୍ୱାରା ଡିହାଇଡ୍ରେଶନ୍‌ ସମସ୍ୟା ଉପୁଜିପାରେ। ତେଣୁ ଏହି ଦୁଇଟି ଖାଦ୍ୟ ଏକାଠି ନ ଖାଇବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri