ଭୁଲରେ ବି ଭାଇଙ୍କୁ ବାନ୍ଧନ୍ତୁ ନାହିଁ ଏଭଳି ରାକ୍ଷୀ, ହୋଇଥାଏ ଅଶୁଭ

ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ଏହି ସ୍ବତନ୍ତ୍ର ଦିନକୁ ଅଧିକ ଖାସ କରିବା ପାଇଁ ବଜାରରେ ଭଳିକି ଭଳି ରାକ୍ଷୀ ଉପଲବ୍ଧ ହୋଇଥାଏ। ହେଲେ ଦେଖିବାକୁ ସୁନ୍ଦର ହେଲେ ବି କିଛି ରାକ୍ଷୀ ବାନ୍ଧିବା ଅନୁଚିତ। ଯେମିତିକି ବଜାରରୁ ଆଣିଥିବା ରାକ୍ଷୀର କିଛି ଅଂଶ ଛିଡ଼ିଗଲେ, ତାକୁ ଆମେ ଯୋଡ଼ି ପୁଣି ପିନ୍ଧାଇଥାଉ। ତେବେ ଏଭଳି କରିବା ଅନୁଚିତ।

-ସେହିଭଳି ଚାଇନାରୁ ଆସୁଥିବା ପ୍ଲାଷ୍ଟିକ ରାକ୍ଷୀ ବ୍ୟବହାର କରନ୍ତୁ ନାହିଁ। କାରଣ ପ୍ଲାଷ୍ଟିକ୍‌ କେତୁର ପଦାର୍ଥ। ଏହା ଅପଯଶ ବଢ଼ାଇଥାଏ। ଏଣୁ ରାକ୍ଷୀ ପୂର୍ଣ୍ଣୀମାରେ ପ୍ଲାଷ୍ଟିକ୍‌ ରାକ୍ଷୀ କିଣନ୍ତୁ ନାହିଁ।
-ବିଭିନ୍ନ ଡିଜାଇନର ରାକ୍ଷୀ ମଧ୍ୟ ଭାଇ ହାତରେ ବାନ୍ଧିବା ଠିକ୍‌ ନୁହେଁ। ରାକ୍ଷୀରେ କୌଣସି ଧାରୁଆ ଜିନିଷ ରହିବା ଉଚିତ ନୁହେଁ।
-କିଛି ରାକ୍ଷୀରେ ଭଗବାନଙ୍କ ଚିତ୍ର ରହିଥାଏ। ଏଭଳି ରାକ୍ଷୀ ଶୁଭ ନୁହେଁ ବୋଲି କୁହାଯାଏ।
-ଲୁହା କାରିଗରିର ରାକ୍ଷୀ କିଣନ୍ତୁ ନାହିଁ।

ଏଣୁ ବିଶେଷକରି ସୁତା ଅଥବା ରେଶମରେ ପ୍ରସ୍ତୁତ ରାକ୍ଷୀ ବାନ୍ଧନ୍ତୁ। ଏହାଦ୍ୱାରା ଭାଇଙ୍କ ଯଶ ବୃଦ୍ଧି ପାଇଥାଏ।