ମହାଶିବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ କାମ, ନଚେତ…

ଆଜି ମହାଶିବରାତ୍ରୀ। ଏହି ପର୍ବକୁ ନେଇ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ। କଟକଣା ସତ୍ତ୍ୱେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ପରିଲିକ୍ଷିତ ହେଉଛି। ଏହି ଦିନରେ ଭକ୍ତମାନେ ମହାଦେବଙ୍କୁ ଉପାସନା ଲାଗି ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ ଶିବ ଉପାସନା ସମୟରେ ଅଜାଣତରେ କିଛି ଭୁଲ ହୋଇଯାଇଥାଏ। ଆସନ୍ତୁ ସେ ବିଷୟରେ ଜାଣିବା…

-ଏହି ଦିନରେ ନ ଗାଧୋଇ କିଛି ବି ଖାଆନ୍ତୁ ନାହିଁ। ଉପବାସ ନ ଥିଲେ ବି ସ୍ନାନ କରି ଖାଦ୍ୟ ଗ୍ରହଣ କରନ୍ତୁ।

-ଶିବରାତ୍ରୀରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

-କୁହାଯାଏ ଏହି ଦିନ ଶିବଲିଙ୍ଗରେ ଚଢ଼ା ଯାଇଥିବା ପ୍ରସାଦକୁ ଗ୍ରହଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ଧନହାନୀ ସହ ରୋଗ ମଧ୍ୟ ହୋଇପାରେ।

-ଶିବଲିଙ୍ଗ ଉପରେ କଦାବି ତୁଳସୀ ଦିଅନ୍ତୁ ନାହିଁ। ପ୍ୟାକେଟ କ୍ଷୀର ନଚେତ ଥଣ୍ଡା କ୍ଷୀର ଢ଼ାଳନ୍ତୁ ନାହିଁ। ସୁନା, ରୁପା ନଚେତ କଂସା ପାତ୍ରରେ ଅଭିଷେକ କରନ୍ତୁ। ଏଥିପାଇଁ ଷ୍ଟିଲ୍‌ ପାତ୍ର ବ୍ୟବହାର କରନ୍ତୁ ନାହିଁ।

-ଭୁଲରେ ବି ଶିବଙ୍କୁ କେତକୀ ଏବଂ ଚମ୍ପା ଫୁଲ ଦିଅନ୍ତୁ ନାହିଁ। ଧଳା ହେଲେ ବି ଭୋଳାନାଥଙ୍କ ପୂଜାରେ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ।

-ଶିବରାତ୍ରୀର ବ୍ରତ ସକାଳୁ ଆରମ୍ଭ ହୋଇ ଆଗାମୀ ସକାଳ ପର୍ଯ୍ୟନ୍ତ ରହିଥାଏ। ଏହି ଦିନ ବ୍ରତଧାରୀ ଫଳ ଏବଂ କ୍ଷୀର ଖାଇବା ଉଚିତ। କାରଣ ସୂର୍ଯ୍ୟାସ୍ତ ପରେ କିଛି ଖାଇବା ଉଚିତ ନୁହେଁ ବୋଲି କୁହାଯାଏ।

-ଶିବଙ୍କ ପୂଜାରେ ଭଙ୍ଗା ଚାଉଳ ବ୍ୟବହାର କରନ୍ତୁ ନାହିଁ। ଅକ୍ଷତ ଅର୍ଥ ଅଭଙ୍ଗା ଚାଉଳ, ଏହା ପୂର୍ଣ୍ଣତାର ପ୍ରତୀକ। ଏଣୁ ଶିବଙ୍କୁ ଅକ୍ଷତ ଦେବା ପୂର୍ବରୁ ଚାଉଳକୁ ପରଖି ନିଅନ୍ତୁ।

-ଶିବଲିଙ୍ଗ ଉପରେ ପ୍ରଥମେ ପଞ୍ଚାମୃତ ଢ଼ାଳନ୍ତୁ। ଯେଉଁଲୋକ ଚାରି ପ୍ରହରର ପୂଜା କରିଥାନ୍ତି, ସେମାନେ ପ୍ରଥମ ପ୍ରହରରେ ଜଳାଭିଶେକ, ଦ୍ୱିତୀୟରେ ଦହି ଅଭିଷେକ, ତୃତୀୟରେ ଘିଅ ଅଭିଷେକ ଏବଂ ଚତୁର୍ଥରେ ମହୁର ବ୍ୟବହାର କରନ୍ତୁ।

-ଶିବରାତ୍ରୀ ଦିନ ତ୍ରୀଶାଖା ବେଲପତ୍ର ଚଢ଼ାନ୍ତୁ। ଚିରି ଥିବା ନଚେତ ଫଟା ବେଲପତ୍ର ଦେବା ଉଚିତ ନୁହେଁ

-ଶିବଲିଙ୍ଗରେ କୁମ୍‌କୁମ୍‌ ଲଗାନ୍ତୁ ନାହିଁ। ଏହି ଦିନ ଚନ୍ଦନ ତିଳକ ଲଗାଇବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri