ବାସନରୁ ଦୂରାନ୍ତୁ ଗନ୍ଧ

ବେଳେବେଳେ ରୋଷେଇ କରିବା ପରେ ବାସନରେ ଗନ୍ଧ ରହିଯାଇଥାଏ। ଏହି ଗନ୍ଧ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

ହେଉଥିବା ପାତ୍ରରେ ତିନି ଚାରି କପ୍‌ ପାଣି ଦେଇ ସେଥିରେ କିଛି ଡାଳଚିନି ଗୁଣ୍ଡ କିମ୍ବା ଖଣ୍ଡ ପକାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାକୁ ଘୋଡ଼ାଇ ଥଣ୍ଡା ହେବା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଶେଷରେ ପାଣି ବାହାର କରି ଦିଅନ୍ତୁ, ପାତ୍ରରେ ଗନ୍ଧ ନ ଥିବ।
ହେଉଥିବା ପାତ୍ରରେ ଏକ କପ୍‌ ଭିନେଗାର ପକାଇ ତାକୁ ୧୦ ମିନିଟ୍‌ ଫୁଟାନ୍ତୁ। ଯେତେ ଖରାପ ଗନ୍ଧ ହୋଇଥିଲେ ବି ଚାଲିଯିବ। ରୋଷେଇ ଘରେ ଭିନେଗାରକୁ ଫ୍ଲେବରିଂ ଏଜେଣ୍ଟ ଭଳି ବ୍ୟବହାର କରିବା ସହିତ କ୍ଲିନର ଭଳି ମଧ୍ୟ ବ୍ୟବହାର କରିପାରିବେ।
ଗନ୍ଧ ଛଡ଼ାଇବା ପାଇଁ କଫି ମଧ୍ୟ ବ୍ୟବହାର କରିପାରିବେ। ବାସନରେ ଅଳ୍ପ ପାଣି ଦେଇ ସେଥିରେ କଫି ପକାଇ ୩-୪ ମିନିଟ୍‌ ଗ୍ୟାସରେ ବସାଇ ଫୁଟାନ୍ତୁ। ଏହାପରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ତାକୁ ସେଥିରେ ଘୋଡ଼ାଇ ରଖି ଦିଅନ୍ତୁ। ତା’ପରେ ବାସନକୁ ଡିସ୍‌ୱାଶରେ ମାଜି ଦିଅନ୍ତୁ, ଗନ୍ଧ ରହିବ ନାହିଁ।
ପ୍ରକାରର ଗନ୍ଧ ଦୂର କରିବା ପାଇଁ ଆଳୁ ଉପଯୋଗୀ। ଆଳୁକୁ ମୋଟା କରି କାଟି ସେଥିରେ ଲୁଣ ପକାଇ ବାସନରେ ଘଷନ୍ତୁ। ଏହାପରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ବାସନରେ ତାହା ରଖି ଧୋଇ ଦିଅନ୍ତୁ।
ହେଉଥିବା ବାସନରେ କିଛି ଲୁଣ ପକାଇ ସେଥିରେ ଲେମ୍ବୁକୁ ଘଷି ୨୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ, ଗନ୍ଧ ରହିବ ନାହିଁ। କେବଳ ଲେମ୍ବୁ ଚୋପାକୁ ପାଣିରେ ପକାଇ ଅଧଘଣ୍ଟା ଫୁଟାନ୍ତୁ। ବାସନରୁ ସବୁ ଗନ୍ଧ ଚାଲିଯିବ।
ପରେ ଯଦି ବାସନରେ ମାଂସ ଗନ୍ଧ ରହିଯାଇଥାଏ ତେବେ ୪-୫ ଚାମଚ ଭିନେଗାର ସହିତ ବେକିଂ ସୋଢାର ପେଷ୍ଟ କରି ଲେମ୍ବୁ ଚୋପାରେ ଘଷନ୍ତୁ। ସବୁ ଗନ୍ଧ ଦୂର ହୋଇଯିବ।