ଦୂରାନ୍ତୁ ଫଙ୍ଗାଲ୍‌ ଇନ୍‌ଫେକ୍ସନ…

 

ଖରାଦିନେ ଝାଳ ଲାଗି ଶରୀରର ବିଭିନ୍ନ ସ୍ଥାନରେ ବିଶେଷକରି ଜଙ୍ଘ ଏବଂ କାଖ ଆଦି ସ୍ଥାନରେ କୁଣ୍ଡାଇ ହେବା ସମସ୍ୟା ଅନେକଙ୍କଠାରେ ଦେଖାଦେଇଥାଏ। ଏହାକୁ ଅନେକେ ଅଣଦେଖା କରନ୍ତି ଅବା ପାଉଡର ପକାଇ କମାଇବାକୁ ଚେଷ୍ଟା କରନ୍ତି। ହେଲେ କେବେକେବେ ଏହା ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ କାରଣରୁ ମଧ୍ୟ ହୋଇପାରେ, ଯଥାଶୀଘ୍ର ଏହାର ପ୍ରତିକାର ନ କଲେ ତାହା ଜଟିଳ ସମସ୍ୟାର କାରଣ ବି ସାଜିପାରେ…

ଅଧିକ ଟାଇଟ୍‌ ପୋଷାକ ପିନ୍ଧିବା, ଝାଳ ଲାଗି ଅଧିକ ସମୟ ରହିବା, ଗାଧୋଇବା ପରେ ଭଲ ଭାବେ ପାଣି ପୋଛି ନ ହୋଇ ପୋଷାକ ପିନ୍ଧିବା ଭଳି ବିଭିନ୍ନ କାରଣରୁ ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦେଖାଦେଇଥାଏ। ଏହାକୁ ଆଦୌ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକସ୍ଥଳେ ଔଷଧ ଏବଂ ଅଏଣ୍ଟମେଣ୍ଟ ବ୍ୟବହାର କରିବା ଆବଶ୍ୟକ।
ଆପଣ ଚାହିଁଲେ କେତୋଟି ଘରୋଇ ଉପଚାର ଦ୍ୱାରା ମଧ୍ୟ ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦୂର କରିପାରିବେ…
ଘିକୁଆଁରୀରେ ଭରି ରହିଛି ଆଣ୍ଟିଫଙ୍ଗାଲ୍‌ ଗୁଣ। ତେଣୁ କୁଣ୍ଡେଇ ହେଉଥିବା ସ୍ଥାନରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘଷିବା ପରେ ପାଣିରେ ଧୋଇଦିଅନ୍ତୁ, ଦେଖିବେ ଧୀରେ ଧୀରେ ଉପଶମ ମିଳିବ।
ସେହିପରି ଲିମ୍ବପତ୍ର ମଧ୍ୟ ଏଥିପାଇଁ ବେଶ୍‌ ଉପକାରୀ। ପାଣିରେ ଲିମ୍ବପତ୍ର ପକାଇ ଫୁଟାଇ ଦିଅନ୍ତୁ। ଏହି ପାଣିରେ ଗାଧୋଇବା ଦ୍ୱାରା ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦୂର ହେବା ସହ କୁଣ୍ଡେଇହେବା ସମସ୍ୟାରୁ ମୁକ୍ତି ମିଳିବ।
ଏକ ସଫା କପଡ଼ାରେ ବରଫ ଖଣ୍ଡ ନେଇ କୁଣ୍ଡାଇ ହେଉଥିବା ଭାଗରେ ଧୀରେ ଧୀରେ ଘଷିବା ଦ୍ୱାରା କୁଣ୍ଡାଇହେବା ଏବଂ ପୋଡ଼ିବା କମିଥାଏ।
ପାଣିରେ ହଳଦୀ ମିଶାଇ ଗାଧୋଇବା କିମ୍ବା ଉକ୍ତ ସ୍ଥାନରେ ଅଳ୍ପ ବଟା ହଳଦୀ ଲଗାଇବା ଦ୍ୱାରା ମଧ୍ୟ ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ ଦୂର ହୋଇଥାଏ।
ପାଣିରେ ଅଳ୍ପ ଖାଇବାସୋଢ଼ା ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନକୁ ଧୋଇଦେଲେ ମଧ୍ୟ ଆରାମ ମିଳିଥାଏ।
ମରା ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri