ଦୂରାନ୍ତୁ ଫଙ୍ଗାଲ୍‌ ଇନ୍‌ଫେକ୍ସନ…

 

ଖରାଦିନେ ଝାଳ ଲାଗି ଶରୀରର ବିଭିନ୍ନ ସ୍ଥାନରେ ବିଶେଷକରି ଜଙ୍ଘ ଏବଂ କାଖ ଆଦି ସ୍ଥାନରେ କୁଣ୍ଡାଇ ହେବା ସମସ୍ୟା ଅନେକଙ୍କଠାରେ ଦେଖାଦେଇଥାଏ। ଏହାକୁ ଅନେକେ ଅଣଦେଖା କରନ୍ତି ଅବା ପାଉଡର ପକାଇ କମାଇବାକୁ ଚେଷ୍ଟା କରନ୍ତି। ହେଲେ କେବେକେବେ ଏହା ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ କାରଣରୁ ମଧ୍ୟ ହୋଇପାରେ, ଯଥାଶୀଘ୍ର ଏହାର ପ୍ରତିକାର ନ କଲେ ତାହା ଜଟିଳ ସମସ୍ୟାର କାରଣ ବି ସାଜିପାରେ…

ଅଧିକ ଟାଇଟ୍‌ ପୋଷାକ ପିନ୍ଧିବା, ଝାଳ ଲାଗି ଅଧିକ ସମୟ ରହିବା, ଗାଧୋଇବା ପରେ ଭଲ ଭାବେ ପାଣି ପୋଛି ନ ହୋଇ ପୋଷାକ ପିନ୍ଧିବା ଭଳି ବିଭିନ୍ନ କାରଣରୁ ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦେଖାଦେଇଥାଏ। ଏହାକୁ ଆଦୌ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକସ୍ଥଳେ ଔଷଧ ଏବଂ ଅଏଣ୍ଟମେଣ୍ଟ ବ୍ୟବହାର କରିବା ଆବଶ୍ୟକ।
ଆପଣ ଚାହିଁଲେ କେତୋଟି ଘରୋଇ ଉପଚାର ଦ୍ୱାରା ମଧ୍ୟ ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦୂର କରିପାରିବେ…
ଘିକୁଆଁରୀରେ ଭରି ରହିଛି ଆଣ୍ଟିଫଙ୍ଗାଲ୍‌ ଗୁଣ। ତେଣୁ କୁଣ୍ଡେଇ ହେଉଥିବା ସ୍ଥାନରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘଷିବା ପରେ ପାଣିରେ ଧୋଇଦିଅନ୍ତୁ, ଦେଖିବେ ଧୀରେ ଧୀରେ ଉପଶମ ମିଳିବ।
ସେହିପରି ଲିମ୍ବପତ୍ର ମଧ୍ୟ ଏଥିପାଇଁ ବେଶ୍‌ ଉପକାରୀ। ପାଣିରେ ଲିମ୍ବପତ୍ର ପକାଇ ଫୁଟାଇ ଦିଅନ୍ତୁ। ଏହି ପାଣିରେ ଗାଧୋଇବା ଦ୍ୱାରା ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦୂର ହେବା ସହ କୁଣ୍ଡେଇହେବା ସମସ୍ୟାରୁ ମୁକ୍ତି ମିଳିବ।
ଏକ ସଫା କପଡ଼ାରେ ବରଫ ଖଣ୍ଡ ନେଇ କୁଣ୍ଡାଇ ହେଉଥିବା ଭାଗରେ ଧୀରେ ଧୀରେ ଘଷିବା ଦ୍ୱାରା କୁଣ୍ଡାଇହେବା ଏବଂ ପୋଡ଼ିବା କମିଥାଏ।
ପାଣିରେ ହଳଦୀ ମିଶାଇ ଗାଧୋଇବା କିମ୍ବା ଉକ୍ତ ସ୍ଥାନରେ ଅଳ୍ପ ବଟା ହଳଦୀ ଲଗାଇବା ଦ୍ୱାରା ମଧ୍ୟ ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ ଦୂର ହୋଇଥାଏ।
ପାଣିରେ ଅଳ୍ପ ଖାଇବାସୋଢ଼ା ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନକୁ ଧୋଇଦେଲେ ମଧ୍ୟ ଆରାମ ମିଳିଥାଏ।
ମରା ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri