Categories: ଫୁରସତ

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର ସଫଳ ଟିକାକରଣ ଯେହେତୁ ହୋଇନାହିଁ ତେଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ହିଁ ମୂଳମନ୍ତ୍ର। ଏହି ସମୟରେ ଇଣ୍ଡୋନେସିଆର ଜଣେ ବ୍ୟକ୍ତି କରୋନାକୁ ଡରି ଏମିତି କିଛି ପଦକ୍ଷେପ ନେଇଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।


କରୋନାକୁ ଡରି ଇଣ୍ଡୋନେସିଆର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହିତ ସୁରକ୍ଷିତ ଯାତ୍ରା କରିବା ପାଇଁ ପୂରା ପାସେଞ୍ଜର ଫ୍ଲାଇଟ୍‌କୁ ବୁକ୍‌ କରିଛନ୍ତି। ଜାକର୍ତ୍ତାରୁ ରିଚାର୍ଡ ମୁଲ୍‌ଜାଦୀ ଏକ ବିମାନର ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏବଂ ତାଙ୍କ ସ୍ତ୍ରୀ ଅଛନ୍ତି। ଲୋକେ କରୋନାକୁ ଡରି ସାର୍ବଜନିକ ପରିବହନରୁ ବଞ୍ଚିତ ହେବାକୁ ଚେଷ୍ଟା କରୁଛନ୍ତି। ଆଜି ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଆଦି ନିୟମ ମାନି ଆସୁଛନ୍ତି।


ଏହି ଡରରୁ ମୁକୁଳିବା ପାଇଁ ରିଚାର୍ଡ ମୁଲ୍‌ଜାଦୀ ଏକ ଉପାୟ ଆପଣାଇଛନ୍ତି। ରିଚାର୍ଡ ତାଙ୍କ ଭିନ୍ନ ଜୀବନଶୈଳୀକୁ ନେଇ ବେଶ୍‌ ପ୍ରସିଦ୍ଧ। ସେ ଜାକର୍ତ୍ତାରୁ ବାଲି ଦ୍ୱୀପକୁ ବିମାନ ଯାତ୍ରା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ସମୟର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ପୂରା ବିମାନରେ କେବଳ ଏହି ଦମ୍ପତି ବସିଛନ୍ତି। ବାକି ସବୁ ସିଟ୍‌ ଖାଲି।
ରିଚାର୍ଡ କହିଛନ୍ତି, ତାଙ୍କ ସ୍ତ୍ରୀ ସାଲ୍‌ଓ୍ବିନ୍‌ କରୋନା ଭାଇରସକୁ ବହୁତ ଡରନ୍ତି। ତେଣୁ ତାଙ୍କୁ ପୂରା ବିମାନ ବୁକ୍‌ କରିବାକୁ ପଡିଲା।

Share