ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ଆହତ ବ୍ୟକ୍ତି ଜଣକ ହେଲେ ଫିରିଙ୍ଗିଆ ଥାନା ନୂଆପଦର ଅଞ୍ଚଳର ଅବିନାଶ କଂହର(୨୩) ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ଅବିନାଶଙ୍କ ଗୋଡ଼ରେ ଶକ୍ତ ଆଘାତ ହୋଇଥିବା କୁହାଯାଇଛି।
ପ୍ରକାଶ ଯେ, ବାଲିଗୁଡା ପଟୁ ଦାରିଙ୍ଗବାଡି ଅଭିମୁଖେ ଆସୁଥିବା କାର (ଓଡି୧୧ଏଫ୮୧୮୭)ସହ ବିପରୀତ ଦିଗରେ ଏକ ବାଇକ (ଓଡି୧୨ଏଫ୩୪୬୩)ଯିବା ସମୟରେ କାରଟି ଦ୍ରୁତ ଗତି ଓ ଭୁଲ ଦିଗରେ ଆସି ବାଇକ ଚାଳକଙ୍କୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ଏନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ବୋଲି ଥାନା ଏଏସଆଇ ଶ୍ରୀନିବାସ ରାଓ କହିଛନ୍ତି। ପୋଲିସ ଘଟଣାସ୍ଥଳରୁ ବାଇକ ଓ କାରକୁ ଜବତ କରି ଥାନାକୁ ନେଇଛି ଘଟଣାର ଅଧିକ ତଦନ୍ତ ଚଳାଇଥିବା ପୋଲିସ କହିଛି।

 

Dharitri – Odisha’s No.1 Odia Daily

 

Share