Categories: ଜାତୀୟ

ବିମାନସେବା କ୍ଷେତ୍ରରେ ମିଳିବ ଲକ୍ଷେ ନିଯୁକ୍ତି

ନୂଆଦିଲ୍ଲୀ,୯।୮: ଆଗାମୀ ୨ ବର୍ଷ ମଧ୍ୟରେ ଭାରତର ବିମାନ ସେବା କ୍ଷେତ୍ରରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ଆଶା କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ସଂସଦୀୟ କମିଟିକୁ ସୂଚନା ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଲୋକ ସଭାରେ ଉପସ୍ଥାପନ କରାଯାଇଥିବା ରିପୋର୍ଟ ଅନୁଯାୟୀ ଆଭିଏଶନ ଏବଂ ବିମାନ ଉତ୍ପାଦନ ସେକ୍ଟରରେ ପ୍ରାୟ ୨,୫୦,୦୦୦ କର୍ମଚାରୀ ପ୍ରତ୍ୟକ୍ଷ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରେ ପାଇଲଟ, କ୍ରିଉ, ଇଞ୍ଜିନିୟର, ଟେକ୍‌ନିସିଆନ, ବିମାନବନ୍ଦର କର୍ମଚାରୀ, ବିମାନବନ୍ଦର ପରିଚାଳନା, କାର୍ଗୋ, ରିଟେଲ ଓ ସୁରକ୍ଷା କର୍ମଚାରୀ, ପ୍ରଶାସନିକ ଏବଂ ସେଲ୍ସ କର୍ମଚାରୀ ଅଛନ୍ତି। ୨୦୨୪ ବେଳକୁ ଏହି ସଂଖ୍ୟା ୩,୫୦,୦୦୦କୁ ବୃଦ୍ଧି ପାଇବା ଆଶା କରାଯାଉଛି। ଏହା ବ୍ୟତୀତ ଏହାର ଦୁଇଗୁଣ ପରୋକ୍ଷ ନିଯୁକ୍ତି ସୁଯୋଗ ପାଇବେ ବୋଲି ମନ୍ତ୍ରଣାଳୟ କହିଛି।

Share