ଇତିହାସ ରଚିଲେ ଆଭେଶ ଖାଁ

ବେଙ୍ଗାଲୁରୁ,୧୩।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ କ୍ରିକେଟର ପାଲଟିଛନ୍ତି ବୋଲର୍‌ ଆଭେଶ ଖାଁ। ୧୫ତମ ସଂସ୍କରଣ ପାଇଁ ଶନିବାର ଅନୁଷ୍ଠିତ ଖେଳାଳି ନିଲାମରେ ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟିମ୍‌ ୧୦ କୋଟି ଟଙ୍କାରେ କିଣିଛି।

୨୦୨୧ ସଂସ୍କରଣରେ ଆଭେଶ ଦିଲ୍ଲୀ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ତାଙ୍କୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍‌ରାଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଟିମ୍‌। ହେଲେ ତାଙ୍କୁ କିଣିବାକୁ ମନସ୍ଥ କରିଥିବା ଲକ୍ଷ୍ନୌ ନିଲାମରେ ସଫଳ ହୋଇଥିଲା। ପୂର୍ବରୁ କୃଷ୍ଣପା ଗୌତମ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ ୯.୨୫ କୋଟି ଟଙ୍କା ଦେଇ ଚେନ୍ନାଇ କିଣିଥିଲା।

Share