ରାଖୀ ସାୱନ୍ତଙ୍କ ଉପରେ ବାୟୋପିକ କରିବାକୁ ଚାହୁଁଛନ୍ତି ଜାଭେଦ ଅଖତର

ରାଖୀ ସାୱନ୍ତ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ବେଳେବେଳେ ବିବାଦକୁ ନେଇ ତ ଆଉ କେବେ ତାଙ୍କ ପାଗଳାମୀ ପାଇଁ। ବର୍ତ୍ତମାନ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ରାଖୀ କହିଛନ୍ତି ଯେ, ଜାଭେଦ ଅଖତର ତାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାର ଦେବାବେଳେ ରାଖୀ କହିଛନ୍ତି ଯେ, ବଲିଉଡର ପ୍ରସିଦ୍ଧ ଲେଖକମାନେ ତାଙ୍କ ବାୟୋପିକ ଲେଖିବାକୁ ଚାହୁଁଛନ୍ତି। ସେ ଜାଭେଦଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଜାଭେଦ ମଧ୍ୟ ଏଥିପାଇଁ ତାଙ୍କୁ ଡାକିଛନ୍ତି। ରାଖୀଙ୍କ ବାୟୋପିକ ଲେଖିବାକୁ ସେ ଆଗ୍ରହୀ ଏବଂ ଏହି ପରିପ୍ରେକ୍ଷୀରେ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ରାଖୀ କହିଛନ୍ତି।

ରାଖୀ ଆହୁରି ମଧ୍ୟ କହିଛନ୍ତି, ହେଲେ ସେ ଜାଭେଦ ଅଖତରଙ୍କୁ ଭେଟି ପାରି ନାହାନ୍ତି। ମାତ୍ର ସେ ଜାଣନ୍ତି ତାଙ୍କର ବାୟୋପିକ ବହୁତ ବିବାଦୀୟ ହେବ ।ତେଣୁ ଲୋକମାନେ ତାଙ୍କୁ ଦେଖିବାକୁ ପସନ୍ଦ କରିବେ କି ନାହିଁ ସେ ସନ୍ଦେହ କରୁଛନ୍ତି। ଏଥି ସହିତ, ରାଖୀଙ୍କ ଭୂମିକାରେ ଅଭିନୟ ପାଇଁ ସେ ଆଲିଆଙ୍କ ନାମ ନେଇଥିଲେ।

ଏଥିସହ ରାଖୀ ଏହା ମଧ୍ୟ କହିଛନ୍ତି ଯେ, କିନ୍ତୁ ଯଦି ଏହି ଚଳଚ୍ଚିତ୍ରଟି ତିଆରି ହୁଏ, ତେବେ ସେ ନିଜେ ଏହି ଚରିତ୍ରରେ ଅଭିନୟ କରିବାକୁ ଚାହାଁନ୍ତି। ଏଥି ସହିତ ରାଖୀ ଏହା ମଧ୍ୟ କହିଛନ୍ତି ଯେ ଆଲିଆଙ୍କ ବ୍ୟତୀତ ଦୀପିକା ଏବଂ କରୀନା କପୁର ତାଙ୍କ ଚରିତ୍ରରେ ଅଭିନୟ କରିପାରିବେ।

Share