Categories: ଜାତୀୟ

ଉତ୍ତରକାଶୀରେ ହିମସ୍ଖଳନ: ୧୬ ମୃତଦେହ ଉଦ୍ଧାର, ୧୩ ନିଖୋଜ

ଡେରାଡୁନ୍‌,୬।୧୦: ଉତ୍ତରକାଶୀର ନେହେରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଣ୍ଟେନିୟରିଂ (ଏନ୍‌ଆଇଏମ୍‌)ର ୬୧ ପର୍ବତାରୋହୀଙ୍କ ଏକ ଟିମ୍‌ ପ୍ରଶିକ୍ଷଣ ପାଇଁ ହିମାଳୟର ଗରଓ୍ବାଲ ଦ୍ରୌପଦୀ କା ଦଣ୍ଡା ଶୃଙ୍ଗକୁ ଯାଇଥିଲେ। ମଙ୍ଗଳବାର ସେମାନେ ଫେରୁଥିବାବେଳେ ହିମସ୍ଖଳନ ଘଟିଥିଲା। ସମୁଦ୍ର ପତ୍ତନଠାରୁ ୧୬,୦୦୦ ଫୁଟ୍‌ ଉଚ୍ଚରେ ଏହି ଅଘଟଣ ଘଟିଛି। ଦୁଇଦିନ ମଧ୍ୟରେ ଘଟଣାସ୍ଥଳରୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ୧୩ଜଣ ପର୍ବତାରୋହୀଙ୍କ ସହ ପ୍ରଶିକ୍ଷକ ନିଖୋଜ ଥିବା ଜଣାପଡିଛି। ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share