ମାଉଣ୍ଟ ମାନସଲୁରେ ହିମ ସ୍ଖଳନ, ୩ ପର୍ବତାରୋହୀଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୮।୯ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ମାଉଣ୍ଟ ମାନସଲୁରେ ହିମ ସ୍ଖଳନ ଯୋଗୁ ଏଭଳି ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଖୋଜା ଚାଲିଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ନିଖୋଜ ଆମେରିକୀୟ ପର୍ବତାରୋହୀ ହିଲାରୀ ନେଲସନଙ୍କ ମୃତଦେହ ମିଳିଛି। କ୍ୟାମ୍ପ ୪ର ଠିକ ତଳେ ଥିବା ରାସ୍ତାରେ ହିମ ସ୍ଖଳନ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେଭେନ ସମ୍ମିଟ ଟ୍ରେକ୍ସ, ସାଟୋରି ଆଡଭେଞ୍ଚର, ଇମିଜିନ ନେପାଳ ଟ୍ରେକ୍ସ, ଏଲିଟି ଏକ୍ସପେଡ଼ିଶନ ଏବଂ ୮-କେ ଏକ୍ସପେଡ଼ିଶନର ଶେର୍ପା ପର୍ବତାରୋହୀମାନେ ଏହି ହିମସ୍ଖଳନ ଯୋଗୁ ଆହତ ହୋଇଛନ୍ତି।

Share