ଆଭା ଶକ୍ତି ମହିଳାଙ୍କୁ ଏକ ସ୍ବତନ୍ତ୍ର ଓଡ଼ିଆ ପରିଚୟ

ଭୁବନେଶ୍ୱର,୭।୮: ଓଡ଼ିଶା ସରକାର ଓ ଟାଟା ପାୱାରର ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସକୁ ଆଖି ଆଗରେ ରଖି ଶନିବାର ସ୍ଥାନୀୟ ରାଜ୍ୟ ସଚିବାଳୟ (ଲୋକସେବା ଭବନ)ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଭା ଶକ୍ତି ମହିଳା (ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ହାତ ତିଆରି ଇକତ୍‌ ଶାଢ଼ି ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଢୋକ୍ରା ବ୍ୟାଜ୍‌ ବଣ୍ଟନ କରାଯାଇଛି। ଏହି ଅବସରରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏମ୍‌.ସେନ୍‌ବାଗମ୍‌ ଓ ଟିପିସିଓଡିଏଲ୍‌ ଓ ଟାଟା ପାୱାରର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦେବ କହିଛନ୍ତି, ଦେଶର ବିକାଶ ଓ ମହିଳା ସଶକ୍ତୀକରଣ ପାଇଁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ମୁଁ ବହୁତ ଖୁସି ଯେ ଆମର ଐତିହ୍ୟର ପ୍ରସାର କରିବା ସହିତ ମହିଳା ସଶକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଟାଟା ପାୱାର ସହଯୋଗିତା ସ୍ଥାପନ କରିଛି। ସେହିଭଳି ଟିପିସିଓଡିଏଲ୍‌ର ସିଇଓ ସେନ୍‌ବାଗମ କହିଛନ୍ତି, ଆମର ଆଭା ଶକ୍ତି ସଦସ୍ୟାମାନେ ହେଉଛନ୍ତି ପରିବର୍ତ୍ତନର ବାର୍ତ୍ତାବହ। ସେମାନେ ସ୍ଥାନୀୟ ଗୋଷ୍ଠୀଙ୍କୁ ପ୍ରେରଣା ଦେବା ସହ ଟିପିସିଓଡିଏଲ୍‌ର ସାମାଜିକ ବିକାଶ ପ୍ରୟାସରେ ଯୋଗଦାନ କରୁଛନ୍ତି। ସେମାନଙ୍କ ସହଯୋଗିତାକୁ ସ୍ବୀକୃତି ପ୍ରଦାନ କରିବା ପାଇଁ ଆମେ ସେମାନଙ୍କ ପାଇଁ ଏକ ନୂଆ ପରିଚୟ ପ୍ରସ୍ତୁତ କରିଛୁ, ଯାହା ହେଉଛି ପାରମ୍ପରିକ ଓଡ଼ିଆ କାରିଗରି ଓ ନୂଆ ପିଢ଼ିର ପଦ୍ଧତିର ମିଶ୍ରଣ ଯାହା ସ୍ଥାନୀୟ ସଂସ୍କୃତିର ପ୍ରସାର କରିବ। ସେହିପରି ଟାଟା ପାୱାରର ସଭାପତି (ଟି ଆଣ୍ଡ୍‌ ଡି) ସଞ୍ଜୟ ବାଙ୍ଗା କହିଛନ୍ତି, ଟାଟା ପାୱାର ଏହାର ସିଏସ୍‌ଆର୍‌ ଦର୍ଶନ ଅଧୀନରେ ମହିଳା ସଶକ୍ତୀକରଣ ଓ ସାମାଜିକ ଉଦ୍ୟମିତା ଉପରେ ସର୍ବଦା ଗୁରୁତ୍ୱ ପ୍ରଦାନ କରୁଛି। ଜାତିସଂଘର ଏସ୍‌ଡିଜି ସହ ଖାପଖୁଆଇ ସାମଗ୍ରିକ ନିରନ୍ତର ବିକାଶକୁ ତ୍ୱରାନ୍ବିତ କରିବା ସହ ଆଞ୍ଚଳିକ ଐତିହ୍ୟର ପ୍ରସାର ଓ ସଂରକ୍ଷଣ ଲାଗି ଆମର ଉଦ୍ୟମକୁ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri