ବିନ୍ଦୁସାଗରରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ, ଇନଷ୍ଟାଗ୍ରାମରେ ଶେୟାର କରିଥିଲେ ଶେଷ କଥା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀ ବିନ୍ଦୁସାଗରରୁ ରବିବାର ଜଣେ ଛାତ୍ରଙ୍କ ମୃତଦେହ ମଳିଛିି। ମୃତକ ଜଣକ ଇଞ୍ଜିନିୟରିଂ ଛାତ୍ର ତାଙ୍କ ନାମ ସାଇଶ୍ରୀ ଜ୍ୟୋତିପ୍ରକାଶ ବୋଲି ଜଣାପଡ଼ିଛି। ଜ୍ୟୋତିପ୍ରକାଶ ମାନସିକ ଦୁଶ୍ଚିନ୍ତାରେ ଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କାରଯାଉଛି । ଏମିତିକି ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ସେ ସୁଇସାଇଡ ନୋଟ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଲିଙ୍ଗରାଜ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ଆତ୍ମହତ୍ୟା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ ଯେଉଁଥିରେ ସେ କଷ୍ଟଦାୟକ ଜୀବନ ନେଇ ଉଲ୍ଲେଖ କରିଥିଲେ। ସେ ଲେଖିଛନ୍ତି, ‘ପୃଥିବୀ ତାଙ୍କୁ ଅମାନୁଷିକ ଲାଗେ । ତାଙ୍କ ଜୀବନ ସବୁଠାରୁ କଷ୍ଟକର । ଏଣୁ ମୁଁ ମୋ ନିଜକୁ ମାରି ଦେବାକୁ ଚାହୁଁଛି। ବହୁଦିନ ହେଲା ମୋ ଜୀବନ ଶେଷ କରି ଦେବାକୁ ଚାହୁଁଥିଲି । ହେଲେ କିଛି ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଯୋଗୁ ମତେ ସାମାନ୍ୟ ଆଶ୍ୱାସନା ମିଳିଯାଉଥିଲା । ଯାହାର ଶେଷ ମୁହୂର୍ତ୍ତ ଆସିଛି । ଶେଷ ଦିନରେ ମୁଁ ସମସ୍ତଙ୍କୁ ଗୁଡ ବାଏ କହୁଛି । ଧନ୍ୟବାଦ ସମସ୍ତଙ୍କୁ ଜଣାଉଛି । ମୁଁ ମରିବା ବେଳେ ହସି ହସି ମରୁଛି । ମୋର ପ୍ରତି ମୁହୂର୍ତ୍ତର ସ୍ମୃତିକୁ ମୁଁ ଶେୟାର କରିଛି । ମୁଁ ହସି ହସି ମରୁଛି । ମୁଁ ତୁମକୁ ବହୁତ ଭଲ ପାଉଥିଲି । ବହୁତ ବିଶ୍ୱାସ କରୁଛି । ରହୁଛି ତୁମର ସାଇଶ୍ରୀ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ।