ଖରାଦିନେ ଟମାଟୋ ଖାଉଛନ୍ତି କି

ଖରାଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ।

-ଟମାଟୋରେ କ୍ୟାଲ୍‌ସିୟମ ଓ ଫସ୍‌ଫରସ୍‌ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ।

-ଟମାଟୋରେ ଭିଟାମିନ୍‌ ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

-ପାଚନତନ୍ତ୍ରକୁ ସକ୍ର୍ରିୟ ନ କରାଇଲେ ମଧ୍ୟ ଏହା ଗ୍ୟାସ୍‌ ସମସ୍ୟା ଦୂର କରିଥାଏ।

– ଏହା ଶ୍ୱାସନଳି ସଫା କରିବାରେ ସାହଯ୍ୟ କରିବା ଯୋଗୁ ଶ୍ୱାସ ସମସ୍ୟା ସୃଷ୍ଟି ହୋଇ ନ ଥାଏ।

-ମଧୁମେହ ଓ ହୃଦ୍‌ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ । ଯଦି ଏହାକୁ ସେମାନେ ନିୟମିତ ଖାନ୍ତି ତେବେ ଲାଭବାନ ହେବେ।

-ଏଥିରେ ଭିଟାମିନ୍‌ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ।