କୌଣସି ମଣ୍ଡପରେ ନୁହେଁ, ବରଂ ଘର ଛାତ ଉପରେ ହୋଇଥିଲା ଏହି ଲୋକପ୍ରିୟ ଅଭିନେତାଙ୍କ ବିବାହ

ବଲିଉଡ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ବଭିନେତ୍ରୀ ଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ଉଭୟ ଗୁଣ୍ଡାରାଜ୍‌ ଶୁଟିଂଶେଟ୍‌ରେ ପରସ୍ପରକୁ ଭେଟିଥିଲେ।
ଅଜୟ ସେତେବେଳେ କାହା ସହିତ ଅଧିକ କଥା ହେଉ ନ ଥିଲେ। ସେଠାରେ ଲୋକମାନେ ତାଙ୍କୁ ଅହଂକାରୀ ମନେ କରୁଥିଲେ। କିନ୍ତୁ ସେ କାଜଲଙ୍କ ସହ କଥା ହେବା ଆରମ୍ଭ କଲେ। ପରେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ। ଏହା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ନିକଟରେ ଅଜୟ ଏକ ସାକ୍ଷାତକାରରେ କହିଛନ୍ତି, ସେ ବିବାହ କରିବାକୁ କୌଣସି ହୋଟେଲ୍‌ କିମ୍ବା ମଣ୍ଡପକୁ ଯାଇ ନଥିଲେ। ଘରର ଛାତ ଉପରେ ବିବାହ କରିଥିଲେ। ସେ ଶୋଇବା ଘରରୁ ଝାତକୁ ଯାଇଥିଲେ ସେଠାରେ ବିବାହ କରି ପୂନର୍ବାର ଶୋଇବା ଘରକୁ ଫେରିଲେ।

Share