ଡମ୍ଫର ଧକ୍କାରେ ୨୦ ଫୁଟ୍‌ ଛିଟିକି ପଡ଼ିଲା ଅଟୋ: ୫ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗଡ଼ା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ଡମ୍ଫର ଓ ଅଟୋ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଓଟୋରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଫିରିଙ୍ଗିଆ ଏବଂ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବନ୍ଧଗଡ଼ ଗାଁ ନିକଟସ୍ତ ବାଲିକ୍ଷେତ ନିକଟରେ ଏଆର୍‌ଏସ୍‌ଏସ୍‌ ଠିକା ସଂସ୍ଥାର ଡମ୍ଫର ବନ୍ଧଗଡ଼ରୁ ସାରଙ୍ଗ ଗଡ଼ ଯାଉଥିଲା। ବନ୍ଧଗଡ଼ଠାରେ ଅଟୋକୁ ଧକ୍କା ଦେଇ ସାମ୍ନାପଟୁ ଆସୁଥିବା ତ୍ରିଶକ୍ତି ନାମକ ଏକ ଠିକା ସଂସ୍ଥାର ଡମ୍ଫର ସହ ପିଟି ହୋଇଥିଲା। ଅଟୋଟି ପ୍ରାୟ ୨୦ ଫୁଟ ଦୁରକୁ ଛିଟିକି ପଡ଼ିଥିଲା। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ତେବେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ କରିଛନ୍ତି।