ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ଅଟୋ ଚାଳକଙ୍କୁ ପଡ଼ିଲା ମହଙ୍ଗା

ଗୋପାଳପୁର,୧୨ା୧(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଅଶୋକ ଦାସ (୪୦)।

ମିଳିଥିବା ସୂଚନା ମୁତାବକ, ଗତ ୮ ତାରିଖରେ ଏହି ଥାନା ଅଧୀନସ୍ଥ ଏକ ଗ୍ରାମରେ ନାବାଳିକା ବାପାଙ୍କ ଦେହ ଅସୁସ୍ଥ ହେବା ପରେ ସେହି ଗ୍ରାମର ଅଶୋକ ଅଟୋରେ ନାବାଳିକା ଛାତ୍ରୀଙ୍କ ପରିବାର ଲୋକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ମା’ ଓ ବାପା ମେଡିକାଲରେ ରହିଥିଲେ। ହେଲେ ମା’ ନାବାଳିକା ଝିଅଙ୍କୁ ଅଟୋ ଯୋଗେ ଘରକୁ ଯିବା ପାଇଁ କହିଥିଲେ।

ଅଟୋ ଚାଳକ ଅଶୋକ ଏବଂ ନାବାଳିକା ଗାଁକୁ ଫେରୁଥିବା ବେଳେ ଗ୍ରାମ ନିକଟ ଏକ ନିଛାଟିଆ ସ୍ଥାନରେ ଅଶୋକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ସେତିକିବେଳେ ଜଣେ ପଥଚାରି ନାବାଳିକାଙ୍କୁ ଉଦ୍ଧାର କରି ଗାଁକୁ ନେଇ ଛାଡ଼ିଥିଲେ। ଘଟଣାକୁ ନେଇ ନାବାଳିକା ମା’ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ .୧୪/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଶୋକଙ୍କ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ପୋଲିସ ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷକ ହୋଇ ଭକ୍ଷକ ସାଜିଥିବା ପୂର୍ବତନ ବିଧାୟକ ଧର୍ମଶାଳାବାସୀଙ୍କୁ କ୍ଷମା ମାଗନ୍ତୁ, ଏପରି ଅଭିଯୋଗ ଆଣି…

ଧର୍ମଶାଳା,୧ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ପୂର୍ବ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିବା ବେଳେ ପୋଲିସ ପ୍ରଶାସନ, ଖଣି ଉପନିର୍ଦ୍ଦେଶକ ଏବଂ ତହସିଲ ପ୍ରଶାସନ ମିଳିତ…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ଇରାନ ଉପରେ ବଡ଼ ଆକ୍ରମଣ…

ଇସଲାମବାଦ,୧।୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ, ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାତାବରଣ ଖେଳିଯାଇଛି। ଶନିବାର ସକାଳେ ଆମେରିକା…

ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୩(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

ବଡ଼ଭାଇଙ୍କୁ ପଥରରେ ଛେଚି ହତ୍ୟା କଲେ ସାନ

ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ରହୁଥିବା ବଡ଼ଭାଇ ବିବେକନାଥ ନାଗ(୨୮)ଙ୍କୁ ସାନଭାଇ କ୍ଷୀରୋଦନାଥ…

ଇସ୍ରାଏଲ-ଆମେରିକା ଆକ୍ରମଣରେ କେବଳ ଖାଇନେଇ ନୁହେଁ, ପରିବାରର ଅନେକ ସଦସ୍ୟ ନିହତ

ଜେରୁଜେଲମ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଏବେ ଖବର ଆସିଛି ଯେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି।…

ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ

ଭୁବନେଶ୍ୱର,୧ା୩(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ…

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri