Categories: ଜାତୀୟ

ହାଇ ଟେନସନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଅଟୋ, ୮ ଜୀବନ୍ତ ଦଗ୍ଧ…

ହାଇଦ୍ରାବାଦ, ୩୦।୬ :  ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୁରୁବାର ଏଠାରେ ଏକ ଅଟୋ ହାଇ ଟେନସନ ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି ଜଳି ଯାଇଛି। ଅଟୋରେ ଥିବା ଆଠ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକମାନେ ଗୁଦାମ ପଲ୍ଲୀର ବାସିନ୍ଦା ବୋଲି ଜଣା ପଡିଛି।

କୁହାଯାଉଛି ଯେ ଅଟୋଟି ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହାଇ ଟେନସନ ତାର ସଂସ୍ପର୍ଶରେ ଆସିବା ଏଥିରେ ନିଆଁ ଲାଗିଯାଇଥିଲା। ଭିତରେ ବସିଥିବା ଯାତ୍ରୀମାନେ ଜଳନ୍ତା ଅଟୋ ସହିତ ଜୀବନ୍ତ ଜଳି ଯାଇଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ତଦନ୍ତ ଜାରି ରଖିଛି। ଦୁର୍ଘଟଣା କିପରି ଘଟିଲା ତାହା ଅନୁସନ୍ଧାନ କରାଯାଉଛି।

Share