ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ଗୋଲାପଡା ଛକରେ ରବିବାର ସକାଳେ ଏକ ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଶିଶୁ ସମେତ ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସମ୍ପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଥି ମଧ୍ୟରୁ ବାଇକ୍ରେ ଯାଉଥିବା ଦୁଇଜଣ ଗୁରୁତର ହୋଇଥିବା ଯୋଗୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ରବିବାର ସକାଳ ସାଢ଼େ ଗୋପୀନାଥପୁରରୁ ଦୁଇଜଣ ବାଇକ ଯୋଗେ ଭଞ୍ଜନଗର ଯାଉଥିଲେ। ଏହି ସମୟରେ ଭଂଜନଗରର କୁଲାଡ଼ ଅଭିମୁଖେ ଏକ ଅଟୋରେ ବସି ଗୋଟିଏ ପରିବାରର ୫ ଜଣ ଯାଉଥିଲେ। ଗୋଲାପଡା ଛକରେ ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳକୁ ଯାଇଛି।


