କଷ୍ଟ ବୁଝୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୩।୧୧ – ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ତୁରନ୍ତ ଓ୍ବାର୍ଡରେ ଭର୍ତ୍ତି କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା ଏକ ବ୍ୟାଟେରିଚାଳିତ ଗାଡ଼ି। କିନ୍ତୁ ଦୀର୍ଘଦିନ ହେବ ଉକ୍ତ ଗାଡ଼ି ଅଚଳ ଅବସ୍ଥାରେ ପଡ଼ିରହିଥିଲେ ହେଁ ତାହାର ମରାମତି କରାଯାଉ ନାହିଁ। ଫଳରେ କେତେବେଳେ ଭଙ୍ଗା ଷ୍ଟ୍ରେଚରରେ ରୋଗୀଙ୍କୁ ବୁହାଯାଉଛି ତ କେବେ ପୁଣି ଚାଲି ଚାଲି ଏ ବିଭାଗରୁ ସେ ବିଭାଗକୁ ଯିବାକୁ ପଡ଼ୁଛି ଗୁରୁତରଙ୍କୁ। ରୋଗୀଙ୍କ କଷ୍ଟ ହୃଦୟଙ୍ଗମ କରିପାରୁ ନ ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ହଜାରେ ପାଖାପାଖି ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହୁଛି। ତେଣୁ ରୋଗୀଙ୍କ ସୁବିଧା ପାଇଁ ୨୦୧୮-୧୯ ମସିହାରେ ଏକ କମ୍ପାନୀ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠିରୁ ବ୍ୟାଟେରିଚାଳିତ ଗାଡ଼ି ଡାକ୍ତରଖାନାକୁ ପ୍ରଦାନ କରାଯାଇଥିଲା। ଏହି ଗାଡ଼ି ଆସିବା ପରେ ବିଭିନ୍ନ ବିଭାଗକୁ ରୋଗୀ ପରିବହନ ସହଜ ହୋଇଯାଇଥିଲା। ଷ୍ଟ୍ରେଚରରେ ବୁହାହେବାର କଷ୍ଟ ମଧ୍ୟ ରୋଗୀଙ୍କୁ ସହିବାକୁ ପଡ଼ୁ ନ ଥିଲା। ବିନା ମୂଲ୍ୟରେ ଓ ବିନା କଷ୍ଟରେ ତ୍ୱରିତ ସେବା ମିଳୁଥିବାରୁ ଏହାକୁ ସ୍ବାଗତ କରାଯାଇଥିଲା। କିନ୍ତୁ ପାଖାପାଖି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏହି ଗାଡ଼ି ଚଳାଇବା ପାଇଁ ମେଡିକାଲ ପକ୍ଷରୁ ଜଣେ ନିୟମିତ ଚାଳକଙ୍କୁ ନିଯୁକ୍ତି କରାଗଲା ନାହିଁ। ଦରକାର ବେଳେ ଆମ୍ବୁଲାନ୍ସ ଚାଳକମାନଙ୍କୁ ଡାକି କାମ ଚଳାଇ ନିଆଗଲା। ଏପରି କି ଆମ୍ବୁଲାନ୍ସ ଚାଳକ ନ ଥିବାବେଳେ କୌଣସି ଅନଭିଜ୍ଞ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହି ଗାଡ଼ି ଚଳାଗଲା। ଫଳରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ଧୀରେ ଧୀରେ ଏହା ଅଚଳ ହୋଇପଡ଼ିଲା। ଏ ନେଇ ପୂର୍ବତନ ସିଡିଏମ୍‌ଓଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପଦକ୍ଷେପ ନିଆ ନ ଯିବାରୁ ଗାଡ଼ି ଏଯାଏ ମରାମତି ହୋଇପାରି ନାହିଁ। କାଳେ ଏପରି ଅପାରଗତା ପଦାରେ ପଡ଼ିଯିବ ସେଥିପାଇଁ କର୍ତ୍ତୃପକ୍ଷ ଗାଡ଼ିଟିକୁ ସରକାରୀ ଆମ୍ବୁଲାନ୍ସ ରହୁଥିବା ସ୍ଥାନର ପଛ ପଟେ ରଖିଦେଇଥିବା ଅଭିଯୋଗ ହେଉଛି। ସେହିପରି ଡାକ୍ତରଖାନା ପରିସରରେ ବହୁ ଷ୍ଟ୍ରେଚର ଭଗ୍ନ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ତାହାକୁ ସଜଡ଼ାଯାଉ ନ ଥିବାରୁ ଏକ ସମୟରେ ୫ରୁ ୬ ଜଣ ରୋଗୀ ପହଞ୍ଚତ୍ଲେ ଷ୍ଟ୍ରେଚର ମିଳୁନାହିଁ। ଘଟଣା ସମ୍ପର୍କରେ ଏଡିଏମ୍‌ଓ (ମେଡିକାଲ) ବିଶ୍ୱବିହାରୀ ମହାନ୍ତି କହିଛନ୍ତି, ଦାୟିତ୍ୱ ନେବା ପୂର୍ବରୁ ଉକ୍ତ ଗାଡ଼ି ଖରାପ ହୋଇ ପଡ଼ିରହିଛି। ବ୍ୟାଟେରି ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏ ନେଇ କ’ଣ ହୋଇପାରିବ ତାହା ଦେଖିବା ବୋଲି ଏଡିଏମ୍‌ଓ ପ୍ରକାଶ କରିଛନ୍ତି।

ଅପାରଗତାର ଉଦାହରଣ
ରୋଗୀସେବା ପାଇଁ ଆସିଥିବା ଗାଡ଼ିଟିକୁ ଏପରି ପକାଇ ରଖି ନଷ୍ଟ କରାଯିବା ପ୍ରଶାସନର ଅପାରଗତା ବ୍ୟତୀତ ଅନ୍ୟ କିଛି ନୁହେଁ। କେବଳ ଏହି ଗାଡ଼ି ନୁହେଁ, ମେଡିକାଲକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଉପକରଣ ପଡ଼ି ରହିଥିଲେ ବି ରୋଗୀ ଉପକୃତ ହୋଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଛି।
-ରୂପାଦୀପ୍ତା ମହାପାତ୍ର, ଅନୁଗୋଳବାସୀ
ଆନ୍ତରିକତା ବାରିହୋଇ ପଡ଼ୁଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁବିଧାରେ ରୋଗୀ ପରିବହନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସଦୁପଯୋଗ କରା ନ ଯିବା ଚିନ୍ତାର ବିଷୟ। ଏଥିରୁ ରୋଗୀସେବା ପ୍ରତି ମେଡିକାଲ କର୍ତ୍ତୃପକ୍ଷଙ୍କ କେତେ ଆନ୍ତରିକତା ଅଛି ତାହା ବାରିହେଉଛି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
-ହିମାଂଶୁ ଭୂଷଣ ପ୍ରଧାନ, ଅନୁଗୋଳବାସୀ
ଅଭିଯୋଗ କରିପାରୁନାହାନ୍ତି ରୋଗୀ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନାନା ଅବ୍ୟବସ୍ଥା ଲାଗିରହିଛି। ଡାକ୍ତର, କର୍ମଚାରୀଙ୍କ ପାଇଁ ଗ୍ଲୋବ୍ସ, ମାସ୍କର ଅଭାବ ପଡ଼ୁଥିବାବେଳେ ଅନେକ ସମୟରେ ଆସୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଗାଯୋଗ ପାଇଁ ଦିଆଯାଇଥିବା ନମ୍ବର ଲାଗୁ ନ ଥିବାରୁ ସେମାନେ ଅଭିଯୋଗ ମଧ୍ୟ କରିପାରୁ ନାହାନ୍ତି।
-ପ୍ରଦୀପ ଦେବତା, ଅନୁଗୋଳବାସୀ
ତୁରନ୍ତ ମରାମତି କରାଯିବ
ବ୍ୟାଟେରିଚାଳିତ ଗାଡ଼ିଟି ଅଚଳ ହୋଇ ପଡ଼ିରହିଥିବା କିଛିଦିନ ତଳେ ଦେଖିବାକୁ ପାଇଥିଲି। ତାହାକୁ ତୁରନ୍ତ ମରାମତି କରିବାକୁ ଅଧିକାରୀଙ୍କୁ କହିଛି। ନୂଆ ବ୍ୟାଟେରି ଲଗାଯାଇ ରୋଗୀ ପରିବହନ କରାଯିବ। ଆସନ୍ତା ସପ୍ତାହକ ମଧ୍ୟରେ ଏହା ମେଡିକାଲରେ ଗଡ଼ିବ।
-ଡାକ୍ତର ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri