ଡ୍ୟାମ୍‌ ଅଞ୍ଚଳ ସମସ୍ୟା ନେଇ କର୍ତ୍ତୃପକ୍ଷ ନୀରବ

ତେନ୍ତୁଳିଖୁଣ୍ଟି, ୨୯।୮(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିିଗୁଡ଼ା ଇନ୍ଦ୍ରାବତୀ ଡ୍ୟାମ୍‌ ସର୍କଲର ସହକାରୀ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ରହିଛି। ତା’ ଅଧୀନରେ ପୋଡ଼ଗଡ଼ ବନ୍ଧ ବିଭାଗ, ମୁରାନ ବନ୍ଧ ବିଭାଗ ,ଭଣ୍ଡାର ଓ ଯାନ୍ତ୍ରିକ ବିଭାଗ ସମେତ ପୁନର୍ବାସ ଓ ଥଇଥାନ ବିଭାଗ ରହିଛି। ଏହି କାର୍ଯ୍ୟାଳୟ ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଇନ୍ଦ୍ରାବତୀ କୋଲାବ ବେସିନଙ୍କ ଅଧୀନରେ ରହିଛି। ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ତଥା ପ୍ରାଥମିକ ବିଦ୍ୟାଳୟ , ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ ଆଦିର ପରିଚାଳନା ଏହି କାର୍ଯ୍ୟାଳୟ ଅଧୀନରେ ରହିଛି। ହାତଗଣତି ଶିକ୍ଷକ ଓ ଷ୍ଟାଫ୍‌ଙ୍କ ଦରମା ଛାଡ଼ିଦେଲେ ଅନ୍ୟ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷ ନୀରବ। କୋଟି କୋଟି ଟଙ୍କାର କାର୍ଯ୍ୟ ହାତକୁ ନିଆଯାଇଛି। ମାତ୍ର କିଛି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଉଛି। କୋଟି କୋଟି ଟଙ୍କାର କାର୍ଯ୍ୟ ଶର୍ଟ ଟେଣ୍ଡର ବା କେଟୁରେ କରାଯାଉଛି। ଠିକାଦାରଙ୍କୁ ବିଲ୍‌ ହେଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି।
କ୍ୱାର୍ଟର ଥିବା କଲୋନି ରାସ୍ତା ସ୍ଥିତି ବହୁତ ଖରାପ। ୫ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ନଜର ଅନ୍ଦାଜ କରାଯାଇଥିବା ଅଭିଯୋଗ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଅର୍ଥ ଆସିଲେ ପ୍ରାଥମିକତା ଭିତ୍ତିରେ କରାଯିବ ବୋଲି ତତ୍କାଳୀନ ସହକାରୀ ମୁଖ୍ୟଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଯାଏ ତାହା ହୋଇପାରିଲା ନାହିଁ। ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତା ଶେଷଥର ୨୦୧୦ରେ ମରାମତି ହୋଇଥିଲା। ଏପଟେ କିନ୍ତୁ ଛୋଟ ଛୋଟ ପ୍ୟାକେଜ, ଶର୍ଟ ଟେଣ୍ଡର କରି କୋଟି କୋଟି ଟଙ୍କାର ଗାର୍ଡ ୱାଲ୍‌ ଓ ଡ୍ରେନ୍‌ କରାଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ମୁରନ୍‌ ଓ ପୋଡ଼ଗଡ଼ ବନ୍ଧ ବିଭାଗ ପ୍ରାୟ ୧୭ କୋଟି ଟଙ୍କାର ଶର୍ଟ ଟେଣ୍ଡର ହୋଇଥିବା ଶୁଣାଯାଉଛି। ଟେଣ୍ଡର ମାଧ୍ୟମରେ ବନ୍ଧ ରାସ୍ତା ଓ ପେଣ୍ଟିଂ କାମ ୫ କୋଟି ଟଙ୍କାର ହୋଇଛି। ଦେଓପାଲିଠାରେ ପାର୍କ ସୌନ୍ଦର୍ଯ୍ୟକରଣ କାମ ନାମରେ କିଛି ରୋପଣ ଓ ଅନାବନା ଗଛ କଟାଯାଇଛି। ଯନ୍ତ୍ରୀ କାମ ଆରମ୍ଭ ପୂର୍ବରୁ ଓ କ୍ୟାଶିୟର ବିଲ୍‌ ବେଳେ ମୋଟା ଅଙ୍କର ଅର୍ଥ ଠିକାଦାରଙ୍କଠାରୁ ଦାବି କରୁଥିବା ଅଭିଯୋଗ ହେଉଛି। ଠିକାଦାର କାମ କରିବା ପରେ ତାଙ୍କୁ ବିଲ୍‌ ମିଳୁ ନ ଥିବା ଅଭିଯୋଗ ହେଉଛି।
ବାର୍ଷିକ ବଜେଟଠାରୁ ବହୁ ଅଧିକ ଶର୍ଟ ଟେଣ୍ଡର ମାଧ୍ୟମରେ କାମ ଏହି କାର୍ଯ୍ୟାଳୟ ଅଧୀନରେ ହୋଇଥିବା ଅଭିଯୋଗ ହେଉଛି। ସେପଟେ ଟେଣ୍ଡର ମାଧ୍ୟମରେ ଅଧିକାରୀଙ୍କ ପାଇଁ ଭଡ଼ା ସୂତ୍ରରେ ଲାଗିଥିବା ଗାଡ଼ିର ପ୍ରାପ୍ୟ ମାଲିକମାନଙ୍କୁ ବର୍ଷେ ହେବ ମିଳୁନାହିଁ। ଅଫିସରେ ଘରୋଇ ଗାଡ଼ି ଲାଗିଲେ ବିଭାଗର ନାମ ବୋର୍ଡ ଗାଡ଼ି ସାମ୍ନାରେ ରହିବା କଥା। ଉକ୍ତ ଯାନ ଗାଡ଼ି ମାଲିକଙ୍କ କାମରେ କି ଅଧିକାରୀଙ୍କ ଘରୋଇ ଗସ୍ତରେ ଲାଗିବାର ନିୟମ ନାହିଁ। କିନ୍ତୁ ମୁରାନ ବନ୍ଧରେ ଲାଗିଥିବା ଗାଡ଼ି ଜୁନାଗଡ଼ରେ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ନୀତି ସମ୍ପର୍କରେ ହେଉଥିବା ଅଭିଯୋଗକୁ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ନନ୍‌ ପ୍ଲାନ୍‌ର ଅର୍ଥ ଆସି ନ ଥିବାରୁ ଠିକାଦାର ପ୍ରାପ୍ୟ ପାଇନାହାନ୍ତି। ଆସିଲେ ପାଇଯିବେ ବୋଲି ସେ କହିଛନ୍ତି। ଏ ନେଇ ମୁଖ୍ୟଯନ୍ତ୍ରୀ ସନ୍ତୋଷ ମହାପାତ୍ରଙ୍କୁ ପଚାରିବାରୁ କଲୋନି ରାସ୍ତା ଟେଣ୍ଡର ମାଧ୍ୟମରେ ଖୁବ୍‌ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri