ଡ୍ୟାମ୍‌ ଅଞ୍ଚଳ ସମସ୍ୟା ନେଇ କର୍ତ୍ତୃପକ୍ଷ ନୀରବ

ତେନ୍ତୁଳିଖୁଣ୍ଟି, ୨୯।୮(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିିଗୁଡ଼ା ଇନ୍ଦ୍ରାବତୀ ଡ୍ୟାମ୍‌ ସର୍କଲର ସହକାରୀ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ରହିଛି। ତା’ ଅଧୀନରେ ପୋଡ଼ଗଡ଼ ବନ୍ଧ ବିଭାଗ, ମୁରାନ ବନ୍ଧ ବିଭାଗ ,ଭଣ୍ଡାର ଓ ଯାନ୍ତ୍ରିକ ବିଭାଗ ସମେତ ପୁନର୍ବାସ ଓ ଥଇଥାନ ବିଭାଗ ରହିଛି। ଏହି କାର୍ଯ୍ୟାଳୟ ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଇନ୍ଦ୍ରାବତୀ କୋଲାବ ବେସିନଙ୍କ ଅଧୀନରେ ରହିଛି। ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ତଥା ପ୍ରାଥମିକ ବିଦ୍ୟାଳୟ , ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ ଆଦିର ପରିଚାଳନା ଏହି କାର୍ଯ୍ୟାଳୟ ଅଧୀନରେ ରହିଛି। ହାତଗଣତି ଶିକ୍ଷକ ଓ ଷ୍ଟାଫ୍‌ଙ୍କ ଦରମା ଛାଡ଼ିଦେଲେ ଅନ୍ୟ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷ ନୀରବ। କୋଟି କୋଟି ଟଙ୍କାର କାର୍ଯ୍ୟ ହାତକୁ ନିଆଯାଇଛି। ମାତ୍ର କିଛି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଉଛି। କୋଟି କୋଟି ଟଙ୍କାର କାର୍ଯ୍ୟ ଶର୍ଟ ଟେଣ୍ଡର ବା କେଟୁରେ କରାଯାଉଛି। ଠିକାଦାରଙ୍କୁ ବିଲ୍‌ ହେଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି।
କ୍ୱାର୍ଟର ଥିବା କଲୋନି ରାସ୍ତା ସ୍ଥିତି ବହୁତ ଖରାପ। ୫ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ନଜର ଅନ୍ଦାଜ କରାଯାଇଥିବା ଅଭିଯୋଗ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଅର୍ଥ ଆସିଲେ ପ୍ରାଥମିକତା ଭିତ୍ତିରେ କରାଯିବ ବୋଲି ତତ୍କାଳୀନ ସହକାରୀ ମୁଖ୍ୟଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଯାଏ ତାହା ହୋଇପାରିଲା ନାହିଁ। ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତା ଶେଷଥର ୨୦୧୦ରେ ମରାମତି ହୋଇଥିଲା। ଏପଟେ କିନ୍ତୁ ଛୋଟ ଛୋଟ ପ୍ୟାକେଜ, ଶର୍ଟ ଟେଣ୍ଡର କରି କୋଟି କୋଟି ଟଙ୍କାର ଗାର୍ଡ ୱାଲ୍‌ ଓ ଡ୍ରେନ୍‌ କରାଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ମୁରନ୍‌ ଓ ପୋଡ଼ଗଡ଼ ବନ୍ଧ ବିଭାଗ ପ୍ରାୟ ୧୭ କୋଟି ଟଙ୍କାର ଶର୍ଟ ଟେଣ୍ଡର ହୋଇଥିବା ଶୁଣାଯାଉଛି। ଟେଣ୍ଡର ମାଧ୍ୟମରେ ବନ୍ଧ ରାସ୍ତା ଓ ପେଣ୍ଟିଂ କାମ ୫ କୋଟି ଟଙ୍କାର ହୋଇଛି। ଦେଓପାଲିଠାରେ ପାର୍କ ସୌନ୍ଦର୍ଯ୍ୟକରଣ କାମ ନାମରେ କିଛି ରୋପଣ ଓ ଅନାବନା ଗଛ କଟାଯାଇଛି। ଯନ୍ତ୍ରୀ କାମ ଆରମ୍ଭ ପୂର୍ବରୁ ଓ କ୍ୟାଶିୟର ବିଲ୍‌ ବେଳେ ମୋଟା ଅଙ୍କର ଅର୍ଥ ଠିକାଦାରଙ୍କଠାରୁ ଦାବି କରୁଥିବା ଅଭିଯୋଗ ହେଉଛି। ଠିକାଦାର କାମ କରିବା ପରେ ତାଙ୍କୁ ବିଲ୍‌ ମିଳୁ ନ ଥିବା ଅଭିଯୋଗ ହେଉଛି।
ବାର୍ଷିକ ବଜେଟଠାରୁ ବହୁ ଅଧିକ ଶର୍ଟ ଟେଣ୍ଡର ମାଧ୍ୟମରେ କାମ ଏହି କାର୍ଯ୍ୟାଳୟ ଅଧୀନରେ ହୋଇଥିବା ଅଭିଯୋଗ ହେଉଛି। ସେପଟେ ଟେଣ୍ଡର ମାଧ୍ୟମରେ ଅଧିକାରୀଙ୍କ ପାଇଁ ଭଡ଼ା ସୂତ୍ରରେ ଲାଗିଥିବା ଗାଡ଼ିର ପ୍ରାପ୍ୟ ମାଲିକମାନଙ୍କୁ ବର୍ଷେ ହେବ ମିଳୁନାହିଁ। ଅଫିସରେ ଘରୋଇ ଗାଡ଼ି ଲାଗିଲେ ବିଭାଗର ନାମ ବୋର୍ଡ ଗାଡ଼ି ସାମ୍ନାରେ ରହିବା କଥା। ଉକ୍ତ ଯାନ ଗାଡ଼ି ମାଲିକଙ୍କ କାମରେ କି ଅଧିକାରୀଙ୍କ ଘରୋଇ ଗସ୍ତରେ ଲାଗିବାର ନିୟମ ନାହିଁ। କିନ୍ତୁ ମୁରାନ ବନ୍ଧରେ ଲାଗିଥିବା ଗାଡ଼ି ଜୁନାଗଡ଼ରେ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ନୀତି ସମ୍ପର୍କରେ ହେଉଥିବା ଅଭିଯୋଗକୁ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ନନ୍‌ ପ୍ଲାନ୍‌ର ଅର୍ଥ ଆସି ନ ଥିବାରୁ ଠିକାଦାର ପ୍ରାପ୍ୟ ପାଇନାହାନ୍ତି। ଆସିଲେ ପାଇଯିବେ ବୋଲି ସେ କହିଛନ୍ତି। ଏ ନେଇ ମୁଖ୍ୟଯନ୍ତ୍ରୀ ସନ୍ତୋଷ ମହାପାତ୍ରଙ୍କୁ ପଚାରିବାରୁ କଲୋନି ରାସ୍ତା ଟେଣ୍ଡର ମାଧ୍ୟମରେ ଖୁବ୍‌ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri