Posted inଫୁରସତ

ପ୍ରଭୁ କୃପା ପାଇଁ ବଞ୍ଚିଛି: ଜନ୍ମେଜୟ ଚୌଧୁରୀ

ଏକାଧାରରେ ସେ ଜଣେ ପ୍ରାବନ୍ଧିକ, ଲେଖକ, ଗବେଷକ, ଐତିହାସିକ ତଥା ଅଧ୍ୟାପକ। ସେ ହେଲେ ଜନ୍ମେଜୟ ଚୌଧୁରୀ, ଜନ୍ମ ୧୪।୧।୧୯୬୮ ମସିହାରେ। ମାତା କାମେଶ୍ୱରୀ ଚୌଧୁରୀ, ପିତାଙ୍କ ନାମ ଲକ୍ଷ୍ମୀଧର ଚୌଧୁରୀ। ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମରେ। ସେ କୁହନ୍ତି, ‘ମୋର ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ଗାଁ ସ୍କୁଲରେ ହୋଇଥିଲା। ଏହାପରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ପଢ଼ିଥିଲି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଓ ଡକ୍ଟୋରେଟ ଡିଗ୍ରୀ ଲାଭ କରିଛି। ୧୯୯୪ ମସିହାରୁ ଲେଖାଲେଖିରେ ଅଧିକ ସମୟ ଦେଇଆସିଛି। ପ୍ରକୃତରେ ଏହି ଲେଖିବା ଅଭ୍ୟାସ ମୋର ଗବେଷଣା ସମୟରେ ଆରମ୍ଭ ହୋଇଥିଲା। ଏଥିପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୀଣା କୁମାରୀ ଶର୍ମାଙ୍କ ପ୍ରେରଣା ମିଳିଥିଲା। ଗବେଷଣା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ଏକାଧିକ ପାଠାଗାର ଏବଂ କେତେକ ଅଭିଲେଖାଗାର ଓ ମ୍ୟୁଜିୟମକୁ ଯାଇଛି। ସେଠାରୁ ଅନେକ ତଥ୍ୟ ସଂଗ୍ରହ କରିବାର ସୁଯୋଗ ମିଳିଛି। ଏବେ ବି ମୋ ମନେ ଅଛି କେଉଁଠାରେ କେଉଁ ତଥ୍ୟ ମିଳିବ। କୌଣସି ଗବେଷଣାତ୍ମକ ପ୍ରବନ୍ଧ ଲେଖିଲାବେଳେ ସେହି କଥା ମନେପଡ଼େ। କିନ୍ତୁ ମୋର ଗୋଟେ ଅନୁଭବର କଥା ହେଲା କୌଣସି ପ୍ରବନ୍ଧ ବା ଗ୍ରନ୍ଥ ଲେଖିବା ପୂର୍ବରୁ ଏକ ଆଧ୍ୟାତ୍ମିକ ନିର୍ଦ୍ଦେଶ ମୋତେ ଆସିଥାଏ। ଯେତେ ବାଧାବିଘ୍ନ ଥିଲେ ମଧ୍ୟ ସତେଯେମିତି କିଏ ମୋତେ ପଛରୁ ଠେଲି ପକାଉଥାଏ। ଯେମିତିହେଉ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥାଏ। ଉଦାହରଣ ସ୍ବରୂପ ଯେତେବେଳେ ମା’ ଭଗବତୀଙ୍କ ସମ୍ପର୍କରେ ପୁସ୍ତକ ରଚନା ପାଇଁ ମନସ୍ଥ କଲି, ଠିକ୍‌ ସେହି ସମୟରେ ବହୁଥର ମା’ ଭଗବତୀଙ୍କୁ ସ୍ବପ୍ନରେ ଦେଖିଛି ଏବଂ ନିର୍ଦ୍ଦେଶ ହୋଇଛି କେଉଁ ତଥ୍ୟ କେଉଁଠାରେ ରହିଛି। ଘରେ ବିଭିନ୍ନ ପ୍ରକାର ପୁସ୍ତକ ସାଇତି ରଖିବାରେ ମୋର ରୁଚି ରହିଛି।

ପୁସ୍ତକଟି ଲେଖିବା ଆରମ୍ଭ କରିଲେ ପ୍ରକାଶନ ପଯର୍‌ୟନ୍ତ କେମିତି କାମ ହେଇଯାଏ ଜଣାପଡ଼େନି। ମୋର ରଚିତ ଏକାଧିକ ପୁସ୍ତକର ପ୍ରବନ୍ଧକୁ ପାଠକରି ବହୁ ପାଠକପାଠିକା, ଗବେଷକ, ଛାତ୍ରୀଛାତ୍ର ମୋଠାରୁ ତଥ୍ୟ ନେଇଥାନ୍ତି। ଯାହା ମୋତେ ବେଶ ଭଲ ଲାଗିଥାଏ। ଏବେ ମୁଁ କାଇପଦର କଲେଜରେ ଏମ୍‌ଏରେ ଅଧ୍ୟାପନା କରୁଛି। ମୋ ଲେଖା କଲେଜ ସିଲାବସ୍‌ରେ ବି ସାମିଲ ହୋଇଛି। ମୋ ରଚିତ ପୁସ୍ତକ ମଧ୍ୟରେ-ସତ୍ୟପୀର ଶ୍ରୀ ବୁଖାରୀବାବା, ବୀରଶ୍ରେଷ୍ଠ ବକ୍ସି ଜଗବନ୍ଧୁ, ସ୍ବାଧୀନ ଭାରତର ପ୍ରଥମ କଶ୍ମୀର ଯୁଦ୍ଧ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ, କଳିଙ୍ଗବୈଶ୍ୟ ଜାତିର ଉତ୍ପତି ଓ କୀର୍ତ୍ତି, A focus on Jagannath culture ଓ the shrine of Bokhari Baba, ଭାରତ ଇତିହାସ, ପୃଥିବୀ ଇତିହାସ, World history, ମହାଦେବୀ ଉଗ୍ରତାରା, ପ୍ରାଚୀନ ବିଶ୍ୱର ସମାଜ ବ୍ୟବସ୍ଥା ଓ ସାଂସ୍କୃତିକ ରୂପରେଖ, ମହାଶକ୍ତି ମା ଭଗବତୀ ଆଦି ଏକାଧିକ ପୁସ୍ତକ ପ୍ରକାଶିତ ହୋଇଛି। ଏହାଛଡ଼ା ପ୍ରତ୍ୟେକ ବର୍ଷ ମୁଁ ଇତିହାସ କଂଗ୍ରେସରେ ଯୋଗ ଦେଇଥାଏ। ଦକ୍ଷିଣଭାରତ ଇତିହାସ କଂଗ୍ରେସ, ଭାରତୀୟ ଇତିହାସ କଂଗ୍ରେସ, ଭାରତୀୟ ଇତିହାସ ସଂକଳନ ସମିତି, ସର୍ବଭାରତୀୟ ଯୁବ ଐତିହାସିକ ସମ୍ମିଳନୀ, ବହୁ ଜାତୀୟ ଇତିହାସ ଆଲୋଚନାରେ ଯୋଗଦେଇଛି। ’

ଜନ୍ମେଜୟଙ୍କୁ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଏକାମ୍ର ସମ୍ମାନ, ଶିକ୍ଷକଶ୍ରୀ ସମ୍ମାନ, ତତ୍ତ୍ୱଦର୍ଶୀ ପ୍ରାବନ୍ଧିକ ସମ୍ମାନ, ସଂସ୍କୃତିପ୍ରାଣ ସମ୍ମାନ, ନୀଳାଦ୍ରି ଟ୍ରଷ୍ଟ ସଂସ୍ଥାନ, ଦାସ ଫାଉଣ୍ଡେଶନ ଆମେରିକା ଆଦି ବିଭିନ୍ନ ଅନୁଷ୍ଠାନରୁ ଏକାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଏହାସହ ସେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ, ଶ୍ରୀଲୀଳାକ୍ଷେତ୍ର ବିକାଶ ପରିଷଦ, ପୁରୀ ଆଦି ସହ ଜଡ଼ିତ। ଶ୍ରୀଲୀଳାକ୍ଷେତ୍ର ସମାଚାର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳୁଛନ୍ତି। ସେ କୁହନ୍ତି,‘ଜଗନ୍ନାଥଙ୍କ ଦର୍ଶନ ପାଇଁ ମୋ ମନ ସଦା ବ୍ୟାକୁଳ ଥାଏ। ତେଣୁ ବହୁଥର ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରତିବର୍ଷ ପୁରୀ ଯାଇଥାଏ। ମାତ୍ର ଗୋଟିଏ ବର୍ଷ ଗୁଣ୍ଡିଚାକୁ ଯାଇ ନ ପାରି ଘରେ ଟିଭିରେ ଦେଖୁଥାଏ। ସନ୍ଧ୍ୟା ପରେ ସିଧା ପ୍ରସାରଣ ବନ୍ଦ ହୋଇଗଲା । ମୋତେ ନିଦ ଆସିଯାଇଥାଏ, ସ୍ବପ୍ନରେ ଦେଖୁଛି ମୁଁ ରଥଦଉଡ଼ି ଭିଡ଼ିବା ସହିତ ପାଖରେ ପତ୍ନୀଙ୍କୁ ମଧ୍ୟ ଡାକୁଥାଏ। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସୁଯୋଗ ପାଇ ୨୦୦୫ରେ ଗଜପତି ଦିବ୍ୟସିଂହ ଦେବଙ୍କ ସହିତ ସାକ୍ଷାତ୍‌କାର ନେଇଥିଲି, ଯାହା ଉତ୍କଳ ପ୍ରସଙ୍ଗରେ ପ୍ରକାଶିତ ହୋଇଥିଲା। ତାହା ମୋ ପାଇଁ ଏକ ବହୁତ ଖୁସିର କଥା ଥିଲା। ତେବେ ପତ୍ନୀଙ୍କ ଅକାଳ ବିୟୋଗ ଏବଂ ଏକମାତ୍ର ସନ୍ତାନ ଦିବ୍ୟାଙ୍ଗ ହୋଇଥିବାରୁ ଯେବେ ବି ମନକଷ୍ଟ ଲାଗେ ମହାପ୍ରଭୁଙ୍କୁ ସ୍ମରଣ କରିଛି । ଆଉ ମୋ ମନକୁ ଶାନ୍ତି ମିଳିଛି। କହିବାକୁଗଲେ ପ୍ରଭୁ କୃପା ପାଇଁ ମୁଁ ବଞ୍ଚିଛି।

 

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri