Posted inଖେଳ

ଏଭରେଷ୍ଟ ଆରୋହୀ ବଚେନ୍ଦ୍ରୀଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): କିମ୍ବଦନ୍ତୀ ପର୍ବତାରୋହୀ ତଥା ଭାରତର ପ୍ରଥମ ଏଭରେଷ୍ଟ ବିଜୟିନୀ ବଚେନ୍ଦ୍ରୀ ପାଲ୍‌ଙ୍କ ଜୀବନୀ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହାର ନାମ ରଖାଯାଇଛି ‘ବଚେନ୍ଦ୍ରୀ ପାଲ୍‌-ଆନ୍‌ ଆଞ୍ଜେଲ ଅଫ୍‌ ହିମାଳୟ’। ଗତ ଗୁରୁବାର ଜାମସେଦପୁରର କୁଡ୍ଡି ଅଡିଟୋରିୟମରେ ଏହା ପ୍ରଦର୍ଶିତ ହୋଇଛି। ଏହାର ନିର୍ମାତା ଓ ନିର୍ଦ୍ଦେଶକ ହେଉଛନ୍ତି ଓଡ଼ିଶାର ଦୁଃସାହସିକ କ୍ରୀଡ଼ା ସଙ୍ଗଠକ ସୁଶାନ୍ତ ଦାସ। ଏହି ଚଳଚ୍ଚିତ୍ରର ସ୍କ୍ରିନିଂରେ ନିଜେ ପଦ୍ମଭୂଷଣ ବଚେନ୍ଦ୍ରୀ ପାଲ ଓ ଟାଟା ଷ୍ଟିଲ୍‌ ଆଡ୍‌ଭେଞ୍ଚର ଫାଉଣ୍ଡେଶନ ମୁଖ୍ୟ ହେମନ୍ତ ଗୁପ୍ତା ଉପସ୍ଥିତ ଥିଲେ। ୨୫ ମିନିଟ ଅବଧିର ଏହି ଚଳଚ୍ଚିତ୍ରକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ଏନ୍‌ସିସିର ଛାତ୍ରୀଛାତ୍ର ଓ ଶିକ୍ଷକ, ଅଭିଭାବକ ଓ ମାଣ୍ୟଗଣ୍ୟ ବ୍ୟକ୍ତି ଉପଭୋଗ କରି ପ୍ରଶଂସା କରିଥିଲେ।
ଉକ୍ତ ଚଳଚ୍ଚିତ୍ରରେ ବଚେନ୍ଦ୍ରୀଙ୍କର ଜୀବନ ଆରମ୍ଭରୁ ବର୍ତ୍ତମାନ ଯାଏ ଘଟିଯାଇଥିବା ଘଟଣାବଳୀ, ଜୀବନଶୈଳୀ, ବିଭିନ୍ନ ଦୁଃସାହସିକ ଅଭିଯାନ ଏବଂ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଏବଂ ସହକର୍ମୀଙ୍କ ପ୍ରତିକ୍ରିୟା ସ୍ଥାନିତ ହୋଇଛି। ଜଣେ ପର୍ବତାରୋହୀ ବ୍ୟତୀତ ସମାଜ ପ୍ରତି ତାଙ୍କର ଅବଦାନ, ମହିଳା ସଶକ୍ତୀକରଣ ଏବଂ ଅନାଥ ପିଲାଙ୍କ ରକ୍ଷଣାବେକ୍ଷଣ ଏବଂ ଥଇଥାନ ଦିଗରେ ତାଙ୍କର ପ୍ରଚେଷ୍ଟାକୁ ଏଥିରେ ଉପସ୍ଥାପିତ କରାଯାଇଛି। ସୁଶାନ୍ତ ଦାସ ଜଣେ ପେସାଦାର ନିର୍ମାତାଭାବେ ବଚେନ୍ଦ୍ରୀଙ୍କ ଜୀବନର ଅନାଲୋଚ୍ୟ ଦିଗଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରି ଉକ୍ତ ଚଳଚ୍ଚିତ୍ରରେ ଦେଖାଇବାରେ ପ୍ରୟାସ କରିଛନ୍ତି। ଏହି ଚଳଚ୍ଚିତ୍ରର ଚିତ୍ର ଉତ୍ତୋଳନ କରିଛନ୍ତି ଅମୃତେନ୍ଦୁ ବରାଳ, ସ୍ଥିରଚିତ୍ର ଉତ୍ତୋଳନ କରିଛନ୍ତି ଦିଲୀପ ଧୀର ସାମନ୍ତ ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ମାନସ ରଞ୍ଜନ ବେହେରା। ଭାରତ ସରକାରଙ୍କ ଫିଲ୍ମ ଡିଭିଜନ ଦ୍ୱାରା ପ୍ରସ୍ତୁତ ‘ଏଭରେଷ୍ଟ-୮୪’ ପରେ ଏହା ବଚେନ୍ଦ୍ରୀଙ୍କ ଉପରେ ଦ୍ୱିତୀୟ ପ୍ରାମାଣିକ ଚଳଚ୍ଚିତ୍ର।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri