Posted inଖେଳ

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯ ବର୍ଷୀୟ ସାମ କନଷ୍ଟାସ ଡେବ୍ୟୁ କରିଥିଲେ ଏବଂ ନିଜର ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ଦିନରେ ୪ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ। ଷ୍ଟମ୍ପ ଅପସାରଣବେଳକୁ ଷ୍ଟିଭ ସ୍ମିଥ ୬୮ ରନ୍‌ରେ ଏବଂ ୦୮ ରନ୍‌ରେ ପ୍ୟାଟ କମିନ୍ସ ଅପରାଜିତ ହୋଇ ଫେରିଥିଲେ।

ମେଲବୋର୍ନରେ ଭାରତ ଦୁଇଟି ସ୍ପିନରଙ୍କ ସହ ଯିବାକୁ ସ୍ଥିର କରିଥିଲା, କିନ୍ତୁ ଅଧିନାୟକ ରୋହିତଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ପ୍ରମାଣିତ ହୋଇନାହିଁ। ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଅଷ୍ଟ୍ରେଲିଆ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ପ୍ରଥମ ଦିନରେ ସାମ କନଷ୍ଟାସ, ଉସମାନ ଖ୍ବାଜା, ମାର୍ନସ ଲାବୁସାଗ୍ନେ ଏବଂ ଷ୍ଟିଭ ସ୍ମିଥ ଅର୍ଦ୍ଧଶତକ ହାସଲ କରିଥିଲେ। ଜସପ୍ରୀତ ବୁମ୍‌ରା ଭାରତ ପାଇଁ ୩ଟି ଉଇକେଟ ନେଇଥିଲେ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ପାଇଁ ଖ୍ବାଜା ଏବଂ କନଷ୍ଟାସ ଅଷ୍ଟ୍ରେଲିଆ ଦଳକୁ ଏକ ଭଲ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୮୯ ରନ ଯୋଡିଥିଲେ। ୬୫ ବଲରେ ୬୦ ରନ ସ୍କୋର କରିବା ପରେ କନଷ୍ଟାସ ଆଉଟ ହୋଇଥିଲେ। ତାଙ୍କ ବ୍ୟାଟରୁ ୪ଟି ଚୌକା ଓ ୨ଟି ଛକା ଆସିଥିଲା।  ଏହି କାରଣରୁ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି। ରବିନ୍ଦ୍ର ଜାଡେଜା କନଷ୍ଟାସ୍‌ଙ୍କୁ ଆଉଟ୍‌ କରିଥିଲେ।
ଦ୍ୱିତୀୟ ଉଇକେଟ ପାଇଁ ମଧ୍ୟ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ଦ୍ୱିତୀୟ ଉଇକେଟ ଖ୍ବାଜା ଆକାରରେ ପଡିଥିଲା। ୧୨୧ ବଲରେ ୫୭ ରନ ସ୍କୋର କରିବା ପରେ ସେ ଆଉଟ ହୋଇଥିଲେ। ବୁମରା ଖ୍ବାଜାଙ୍କୁ ପ୍ୟାଭିଲିୟନକୁ ପଠାଇଲେ। ଉଭୟ ୮୩ ରନର ଭାଗିଦାରୀ କରିଥିଲେ।

୭ ଚୌକା ସହାୟତାରେ ୧୪୫ ବଲରେ ୭୨ ରନ ସ୍କୋର କରିବା ପରେ ଲାବୁସାଗେନ ଆଉଟ ହୋଇଥିଲେ। ସୁନ୍ଦର ତାଙ୍କୁ ପାଭିଲିୟନକୁ ପଠାଇଲେ। ତା’ପରେ ଟ୍ରାଭିସ ହେଡ ଏବଂ ମିଚେଲ ମାର୍ଶ ଶସ୍ତା ହୋଇଥିଲେ।

ଏହା ପରେ ଆଲେକ୍ସ କେରି ଏବଂ ଷ୍ଟିଭ ସ୍ମିଥ ଏକ ଅର୍ଦ୍ଧଶତକୀୟ ସହଭାଗିତା କରିଥିଲେ। ତେବେ ୪୧ ବଲରେ ୩୧ ରନ ସ୍କୋର କରିବା ପରେ କେରେ ଆଉଟ ହୋଇଥିଲେ। ଆକାଶଦୀପ ତାଙ୍କୁ ପାଭିଲିୟନକୁ ପଠାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri