Posted inଖେଳ

କମନଓ୍ବେଲ୍‌ଥ ଗେମ୍ସ ୨୦୨୬: ବଜେଟ୍‌ ବଢ଼ିବାରୁ ଆୟୋଜକ ହେବାକୁ ମନା କଲା…

ନୂଆଦିଲ୍ଲୀ,୧୮।୭: ୨୦୨୬ରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା କମନୱେଲ୍‌ଥ ଗେମ୍ସର ଆୟୋଜନକୁ ନେଇ ଏକ ସନ୍ଦେହ ବଢ଼ିବାରେ ଲାଗିଛି। ବଜେଟରେ ବୃଦ୍ଧି ହେତୁ ଭିକ୍ଟୋରିଆ ସରକାର ବର୍ତ୍ତମାନ ଏହି ଖେଳ ଆୟୋଜନ କରିବାକୁ ମନା କରି ଦେଇଛନ୍ତି। ଏହି ଖେଳ ଆୟୋଜନର ବଜେଟ୍‌ ଦ୍ୱିଗୁଣିତ ହୋଇଥିବା ହେତୁ ଆମେ ଏହାକୁ ଆୟୋଜନ କରିବାରେ ସକ୍ଷମ ନୋହୁଁ ବୋଲି ଜୁଲାଇ ୧୮ରେ ସେଠାର ସରକାର ଦେଇଥିବା ସୂଚନାରେ କୁହାଯାଇଛି ।

କମନୱେଲଥ ଗେମ୍ସ ୨୦୨୬ରେ ୨୦ ରୁ ଅଧିକ ଇଭେଣ୍ଟ ଆୟୋଜିତ ହେବ। ଏଥିରେ ୫ ହଜାରରୁ ଅଧିକ ଆଥଲେଟ୍‌ ଅଂଶଗ୍ରହଣ କରିବେ। ଭିକ୍ଟୋରିଆ ପ୍ରିମିୟର୍‌ ଡାନିଏଲ ଆଣ୍ଡ୍ର୍ୟୁସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆୟୋଜନକୁ ପ୍ରତ୍ୟାଖ୍ୟାନ କରିବାର ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ଯେ ଗତ ବର୍ଷ ଏହାକୁ ଆୟୋଜନ କରିବା ପାଇଁ କମନୱେଲଥ ଗେମ୍ସ ଫେଡେରେସନ ଆମ ସହ ସମ୍ପର୍କ କରିଥିଲା। ଯେତେବେଳେ ଆମେ ଏହାକୁ ଗତ ବର୍ଷ ଆୟୋଜନ କରିବାର ଅନୁମତି ପାଇଥିଲୁ, ସେତେବେଳେ ଏହି ଖେଳଗୁଡିକର ଆୟୋଜନ ପାଇଁ ଆନୁମାନିକ ଖର୍ଚ୍ଚ ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ଥିଲା। କିନ୍ତୁ ଯେତେବେଳେ ଆମେ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କଲୁ, ବର୍ତ୍ତମାନ ଖର୍ଚ୍ଚ ୩୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। । ତେଣୁ ଏହାକୁ ଆୟୋଜନ ନ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ନିଷ୍ପତ୍ତି ବିଷୟରେ ଆମେ ଫେଡେରେଶନକୁ ମଧ୍ୟ ଜଣାଇଛୁ। ଆମେ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଛୁ। ବିଦ୍ୟାଳୟ ଏବଂ ଡାକ୍ତରଖାନାର ଟଙ୍କା ହ୍ରାସ କରି ଆମେ ଏହି ଖେଳର ଆୟୋଜକ ହୋଇ ପାରିବୁ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷେ ୫ ଥର କମନ୍‌ଓ୍ବେଲ୍‌ଥ ଗେମ୍ସ ଆୟୋଜନ କରିଥିବା ଅଷ୍ଟ୍ରେଲିଆ ଏଭଳି ନିଜର ଅସମର୍ଥତା ପ୍ରକାଶ କରିବା ଦ୍ୱାରା ଫେଡେରେଶନ ମଧ୍ୟ ନିରାଶା ପ୍ରକାଶ କରିଛି। ଭିକ୍ଟୋରିଆ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଫେଡେରେଶନ କହିଛି ଯେ ଏହି ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ଆମକୁ କୌଣସି ସୂଚନା ଦେଇନାହାନ୍ତି। ଜୁନ ମାସରେ ହୋଇଥିବା ବୈଠକରେ ବଜେଟ ୧୫ ହଜାର କୋଟି ଟଙ୍କା ଥିଲା, ଯାହା ବର୍ତ୍ତମାନ ଦ୍ୱିଗୁଣିତ ହେବ ବୋଲି କୁହାଯାଉଛି। ସମସ୍ତ ବିଷୟକୁ ଧ୍ୟାନରେ ରଖି ଆମେ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବୁ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri