Categories: ଖେଳ

ଭାରତ ସହ ଖାସ୍‌ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିର୍ମାତା ଏସିକ୍ସ ଏବଂ ଦୁଇ ସ୍ବଦେଶୀ ମହିଳା ଆଣ୍ଟି ଫିଓନା କ୍ଲାର୍କ ଏବଂ କୋର୍ଟନି ହାଜେନଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଏହି ଜର୍ସିକୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ବୁଧବାର ଉଦ୍‌ଘାଟନ କରିଛି। ଏହି ଡିଜାଇନ ପୂର୍ବ, ବର୍ତ୍ତମାନ ଏବଂ ଭବିଷ୍ୟତ ଖେଳାଳିଙ୍କ ପାଇଁ ଉତ୍ସର୍ଗୀକୃତ। ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲୀୟ ମହିଳା କ୍ରିକେଟ ଦଳ ମଧ୍ୟ ଏପରି ଜର୍ସି ପିନ୍ଧିଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୨୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ୍‌ ଆରମ୍ଭ ହେବ। ପ୍ରଥମେ ତିନିଟିକିଆ ଏକଦିବସୀୟ ସିରିଜ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

Share