ପୁରୀରେ ଅଷ୍ଟ୍ରେଲିଆନ ଅଙ୍ଗୁର

ପୁରୀ ଅଫିସ, ୧୫।୯: ସାଧାରଣତଃ ଥଣ୍ଡା ଜଳବାୟୁ ପରିବେଶଭିତ୍ତିକ ଅଞ୍ଚଳରେ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ର କୂଳିଆ ଅଞ୍ଚଳ ଏବଂ ଗରମ ପରିବେଶରେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପେଣ୍ଠକଟା ଭୂଦାନ ନଗର ବେହେରା ସାହିସ୍ଥିତ ମତ୍ସ୍ୟଜୀବୀ ଘନଶ୍ୟାମ ବେହେରାଙ୍କ ବାଡ଼ିରେ ଏହି ଅଙ୍ଗୁର ଫଳିଛି। ଆକସ୍ମିକ ଭାବେ ଏକ ଅଙ୍ଗୁର ଗଛ ପାଇଥିବା ଘନଶ୍ୟାମ ଏହାର ଉପଯୁକ୍ତ ଯନତ୍ ନେଇ ଏଥିରେ ଫଳ ଫଳାଇବାରେ ସଫଳ ହୋଇଛନ୍ତି। ତାଙ୍କ ବାଡ଼ିରେ ଅଙ୍ଗୁର ଫଳିଥିବା ଜାଣିବା ପରେ ସାହିପଡ଼ିଶା ଲୋକେ ଏହାକୁ ଦେଖିବା ଲାଗି ଆସୁଛନ୍ତି। ଘନଶ୍ୟାମ ମଧ୍ୟ ଏହି ଅଙ୍ଗୁର ଆଖପାଖ ପିଲାଙ୍କୁ ଖାଇବାକୁ ଦେଉଛନ୍ତି।
ଘନଶ୍ୟାମ କହିଛନ୍ତି, ଏକ ପରିବାର ତାଙ୍କ ପଡ଼ିଶା ଘରେ ଭଡ଼ାରେ ରହୁଥିଲେ। ୨ବର୍ଷ ପୂର୍ବେ ସେମାନେ ଘର ଛାଡ଼ିି ଯିବାବେଳେ ତାଙ୍କୁ ଏହି ଅଙ୍ଗୁର ଗଛଟି ଦେଇଥିଲେ। ତାକୁ ସେ ଅତି ଯନତ୍ ସହକାରେ ବାଡ଼ିରେ ଲଗାଇଥିଲେ। ସେଥିରେ ଗୋବର ଖତ, ସାର ଦେଇ ତା’ ଲତାକୁ ଜାଲ ଓ କାଠିରେ ଆଶ୍ରା ଦେଇଥିଲେ। ଏବେ ସେଥିରେ ଅଙ୍ଗୁର ଫଳିଛି। ବର୍ତ୍ତମାନ ୨୦ ପେନ୍ଥା ଅଙ୍ଗୁର ଝୁଲୁଛି। ଏହି ଅଙ୍ଗୁର ପ୍ରଥମେ ସବୁଜ ରଙ୍ଗରେ ଫଳୁଛି। ଧୀରେ ଧୀରେ ଏହା କଳା ପଡ଼ି ସ୍ବାଭାବିକ ଭାବେ ପାଚିବା ପରେ ମିଠା ଲାଗୁଛି। ଏହାକୁ କେବଳ ପରୀକ୍ଷାମୂଳକ ଭାବେ ଚାଷ କରି ସେ ସଫଳତା ପାଇଛନ୍ତି। ଆଗକୁ ଅଙ୍ଗୁର ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ଘନଶ୍ୟାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri