Categories: ଖେଳ

ବିରାଟ କୋହଲି ପିତା ହେବା କଥା ଶୁଣି କ୍ରିକେଟ ଅଷ୍ଟ୍ରେଲିଆର ନିଦ ହଜିଲା, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ଏନେଇ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କହିଛନ୍ତି ୨୦୨୧ ଜାନୁଆରୀରେ ସେ ପିତା ହେବାକୁ ଯାଉଛନ୍ତି। ବିରାଟ ଏହି ଖୁସି ଖବର ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କିନ୍ତୁ ଏହି ଖବରରେ କ୍ରିକେଟ ଅଷ୍ଟ୍ରେଲିଆର ନିଦ ହଜିଯାଇଛି। ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୧ ଜାନୁୟାରୀରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଆସିବ। ଏହି ସମୟରେ କୋହଲି ପିତା ହେବେ। କ୍ରିକେଟ ଅଷ୍ଟ୍ରେଲିଆକୁ ଡର ଅଛି ଯଦି କୋହଲି ଏହି ଗସ୍ତରେ ନ ଆସନ୍ତି ତେବେ ବୋର୍ଡକୁ ବହୁତ କ୍ଷତି ହେବ। କାରଣ ଅଷ୍ଟ୍ରେଲିଆରେ ବିରାଟଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଅଛି। ଏଠାରେ ଅଧିକ ଭାରତୀୟ ନାଗରିକ ରୁହନ୍ତି। ଯଦି ଅଷ୍ଟ୍ରେଲିଆ ବିରାଟ ନ ଆସ ତେବେ ଷ୍ଟାଡିୟମ ଖାଲି ପଡିବ। ଏହାଦ୍ୱାରା ବୋର୍ଡ ଅଧିକ କ୍ଷତି ସହିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ,କରୋନା ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ଅନେକ କ୍ଷତି ସହିଛି। ଏପିରିକି କିଛି କିଛି କର୍ମଚାରୀଙ୍କୁ ମଧ୍ୟ କାର୍ଯ୍ୟରୁ ହଟାଇଦିଆଯାଇଥିଲା।

Share